Latest Odisha News

ଅପେରସନ୍ ସିନ୍ଦୂର ବ୍ରିଫିଂ ବେଳେ କୋହଲିଙ୍କୁ ମନେ ପକାଇଲେ ଡିଜିଏମଓ ରାଜୀବ ଘାଇ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନାର ମୁଖ୍ୟ ଅଧିକାରୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ମେ ୧୨ ଅର୍ଥାତ୍ ଆଜି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେହିପରି ଆଜି ତିନି ସେନା ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ କରିଥିଲେ। ଏହି ଅବସରରେ ଡିଜିଏମଓ ରାଜୀବ ଘାଇ ବିରାଟ କୋହଲିଙ୍କ ନାମ ନେଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ସେ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ।

 

Comments are closed.