Latest Odisha News

BREAKING NEWS

ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ସୋମବାର ପୋଲିସ ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଜବତ କରିଛି । ସନ୍ଦେହ କରାଯାଉଛି ପରିବାରର ସମସ୍ତ ସଦସ୍ୟ ଏକା ଥରକେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗଲି ଜିଲ୍ଲାର ମହିସାଲ୍ ସ୍ଥିତ ଘରୁ ମିଳିଛି ସମସ୍ତଙ୍କ ମୃତଦେହ ।

ପୋଲିସ ସୂଚନା ଅନୁସାରେ, ପରିବାରର ସମସ୍ତ ସଦସ୍ୟଙ୍କ ମୃତଦେହ ଘର ଭିତରୁ ମିଳିଛି । ଗୋଟିଏ ସ୍ଥାନରୁ ୩ଟି ମୃତଦେହ ମିଳିଥିବା ବେଳେ ଘର ଭିତରେ ଅନ୍ୟ ସ୍ଥାନରୁ ୬ଟି ମୃତଦେହ ମିଳିଛି । ତେବେ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ କେମିତି ହେଲା ? ଏହା ଆତ୍ମହତ୍ୟା ନା ଆଉ କିଛି ? ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆତ୍ମହତ୍ୟା ସନ୍ଦେହ କରୁଛି ।

ଏପରିକି ସମସ୍ତେ ବିଷ ପିଇ ଦେଇଥିବା ଅନୁମାନ କରିଛି ପୋଲିସ । ମୁମ୍ବାଇରୁ ୩୫୦ କିଲୋମିଟର ଦୂର ସାଙ୍ଗଲି ଜିଲ୍ଲାରେ ଘଟିଥିବା ଏହି ଘଟଣା ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.