Latest Odisha News

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

BjdElectrycity

ଏହି ଘଟଣାରେ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ମଧ୍ୟରୁଜୁ କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ଗୋକର୍ଣ୍ଣେଶ୍ୱର ଗ୍ରାମର ଦିବାକର ସେଠୀଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଏଏସଆଇଙ୍କୁ ଧରିଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କର ଏକ ଜମିବାଡି ବିବାଦ ରହିଥିଲା । ଉକ୍ତ ଜମିଜମା ମାମଲାକୁ ରଫାଦଫା କରିବା ପାଇଁ ପୋଲିସ ବାବୁ ତାଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ ।

ପରେ ପୂର୍ବ ଯୋଜନା ମୁତାବକ କେନ୍ଦ୍ରାପଡା ଭିଜିଲାନ୍ସ ୟୁନିଟ୍ ତାଙ୍କୁ ଟଙ୍କା ନେଉଥିବା ବେଳେ ଧରିଥିଲେ ।

Leave A Reply

Your email address will not be published.