Latest Odisha News

ଏୟାର ବିଏନବି ୱାର୍କ ଫ୍ରମ ଏନିହ୍ୱେୟାର; ୧୭୦ ଦେଶରେ ବୁଲି କରିବେ କାମ

ହୋଟେଲ, ଲଜିଂ ଏବଂ ଘର ଭଡ଼ା ବ୍ୟବସାୟ କରୁଥିବା କମ୍ପାନୀ ‘ଏୟାର ବିଏନବି’ ବିଶ୍ୱର ୧୭୦ ଟି ଦେଶରେ ରହି କର୍ମଚାରୀଙ୍କୁ କାମ କରିବାକୁ ସୁଯୋଗ ଦେଇଛି । ଯଦି ଆପଣ ଏଇ କମ୍ପାନୀରେ କାମ କରୁଛନ୍ତି ତାହେଲେ କୌଣସି ଦେଶରେ ରହି କାମ କରିପାରିବେ ଆଉ ଏହା ଦରମା କୁ ପ୍ରଭାବିତ କରିବନି

ଭୁବନେଶ୍ୱର: ସବୁଠାରୁ ବଢ଼ିଆ କମ୍ପାନୀ । କର୍ମଚାରୀ ବିଶ୍ୱର ୧୭୦ ଟି ଦେଶରେ ରହି କାମ କରିପାରିବେ । ବୁଲି ପାରିବେ, ପାର୍ଟି କରିପାରିବେ । ଯାହା ମନ ତାହା କରିପାରିବେ । ୱାର୍କ ଫ୍ରମ୍ ହୋମ୍ ରୁ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ତେବେ ୱାର୍କ ଫ୍ରମ୍ ହୋମ୍ ଜିନିଷ ଟି ଏବେର ନୁହେଁ । ଏହା ବହୁ ପୁରୁଣା ।

ଯେଉଁ କମ୍ପାନୀ ମାନଙ୍କୁ କର୍ମଚାରୀଙ୍କ ଶାରୀରିକ ଉପସ୍ଥିତି ବିଶେଷ ଆବଶ୍ୟକ ହୁଏନି । ସେମାନେ ସପ୍ତାହକୁ କିଛି ଦିନ ୱାର୍କ ଫମ୍ ହୋମ୍ ରଖୁଥିଲେ ।

ହେଲେ କରୋନା କାଳରେ ୱାର୍କ ଫମ୍ ହୋମ୍ ସମସ୍ତେ କରିବାକୁ ବାଧ୍ୟ କଲେ । ବିଶେଷ କରି ଆଇଟି କମ୍ପାନୀ ଗୁଡ଼ିକ ଏଥିରେ ଆଗୁଆ ଥିଲେ ।

ସରକାର ମଧ୍ୟ ୱାର୍କ ଫ୍ରମ୍ ହୋମ୍ କରବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ବ୍ୟବସ୍ଥା କର୍ମଚାରୀ ଓ କମ୍ପାନୀକୁ ସୁହାଇଥିଲା । କିଛି କମ୍ପାନୀ ସବୁ ଦିନ ପାଇଁ ୱାର୍କ ଫ୍ରମ୍ ହୋମ୍ ଆରମ୍ଭ କରିଦେଲେ ।

ଟାଟା ଷ୍ଟିଲ୍, ଟ୍ୱିଟର, ମେଟା (ଫେସବୁକ୍), ମାଇକ୍ରୋସଫ୍ଟ, ସ୍କୋୟାର, ସ୍ପଟିଫାଏ, ସ୍ଲାକ୍, ସ୍ଲପିଫାଏ, କୋରା ଆଦି କମ୍ପାନୀ ପୂର୍ଣ୍ଣକାଳୀନ ୱାର୍କ ଫ୍ରମ୍ ହୋମ୍ ଆରମ୍ଭ କରିଦେଇଛନ୍ତି ।

ଶୁକ୍ରବାର ଏୟାର ବିଏନବି, ଘୋଷଣା କରିଛି ୱାର୍କ ଫ୍ରମ୍ ଏନିହ୍ୱେୟାର । ଆଉ ଏହାର ସୀମାକୁ ସଂପୂର୍ଣ୍ଣ ବ୍ୟାପ୍ତ କରିଦେଇଛି । ବିଶ୍ୱର ୧୭୦ ଟି ଦେଶକୁ ଲମ୍ବେଇଛି ନେଟୱାର୍କ । ହେଲେ ଏଥିରେ କିଛି ସହଜ ସର୍ତ୍ତ ରଖିଛି କମ୍ପାନୀ । ଗୋଟିଏ ସ୍ଥାନରେ ୯୦ ଦିନ ସର୍ବାଧିକ ରହିପାରିବେ କୌଣସି କର୍ମଚାରୀ ।

ଆସନ୍ତା ସେପ୍ଟେମ୍ବର ଠାରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କମ୍ପାନୀ କହିଛି । ଆଉ ଅତ୍ୟାବଶ୍ୟକୀୟ କାମ ପାଇଁ କିଛି ନିର୍ଦ୍ଧିଷ୍ଟ ସ୍ଥାନ ବା ଅଫିସ୍ ଆସିବାକୁ ହେବ । ହେଲେ ସୀମିତ କର୍ମଚାରୀଙ୍କ ପାଇଁ ଏହି ନିୟମ ରହିଛି ।

୧୭୦ ଦେଶରେ ବୁଲି କାମ କରିବା ପାଇଁ, କର୍ମଚାରୀଙ୍କ ଯାତ୍ରା ସହଜ କରିବା ସକାଶେ ସ୍ଥାନୀୟ ସରକାର ଓ ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକୀୟ ବ୍ୟବସ୍ଥା କରୁଛି ଏୟାର ବିଏନବି ।

Leave A Reply

Your email address will not be published.