Latest Odisha News

BREAKING NEWS

ଓଡ଼ିଶା ମେଟ୍ରୋ ରେଳ ପାଇଁ ଡିପିଆର୍ ପ୍ରସ୍ତୁତ କରିବ ଡିଏମ୍ଆରସି

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁ କରିବ ବୋଲି ଜଣା ପଡ଼ିଛି ।

ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ ମେଟ୍ରୋ ନେଟୱର୍କ ଲାଗି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଯାହାକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରିଛି ଡିଏମ୍ଆରସି । ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ମେଟ୍ରୋ ଲାଗି ପ୍ରସ୍ତୁତ ହେବ ଡିପିଆର୍ ।

ଏହି ମେଟ୍ରୋ ପ୍ରକଳ୍ପ ମାଷ୍ଟରକ୍ୟାଣ୍ଟିନ୍, ବାଣୀ ବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର, ନନ୍ଦନକାନନ, ତ୍ରିଶୁଳିଆ ଆଦି ଅଞ୍ଚଳକୁ ସଂଯୋଗ କରିବ । ସମ୍ପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ୍ (ORIDL) ତତ୍ତ୍ୱାବଧାନରେ ହେବ ।

ଓଆରଆଇଡିଏଲ୍ ହେଉଛି ଓଡ଼ିଶା ସରକାର ଓ ରେଳ ବିଭାଗର ମିଳିତ ସଂସ୍ଥା । ବିଡିଏର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.