Latest Odisha News

BREAKING NEWS

କରୋନା ଆକ୍ଟିଭ୍ କେସ ତାଲିକାର ୭ ନମ୍ବରରେ ଓଡ଼ିଶା, ୫ ରାଜ୍ୟରେ ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ସାରା ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୪୪ ଲକ୍ଷ ଟପିଛି । ମହାରାଷ୍ଟ୍ରରେ ବେହାଲ୍ ସ୍ଥିତି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ବୋଲ ମାନୁନି କରୋନା । ଉତ୍ତରପ୍ରଦେଶ ଓ ତାମିଲନାଡୁରେ ମହାମାରୀ ମାଡୁଛି । ରାଜ୍ୟରେ ସଂକ୍ରମଣ ଓ ଆକ୍ଟିଭ କେସ ତାଲିକା ଟପ୍ ଫାଇଭରେ ଏସବୁ ରାଜ୍ୟ ଅଛନ୍ତି ।

୫ଟି ରାଜ୍ୟରେ ସ୍ଥିତି ସାଂଘାତିକ

ଗତ ୨୪ ଘଣ୍ଟାରେ ଦେଶରୁ ୯୫ ହଜାର ୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ୬୦% ପଜିଟିଭ୍ କେସ୍ ୫ଟି ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରୁ ବାହାରିଛନ୍ତି । ମହାରାଷ୍ଟ୍ରରୁ ୨୩ ହଜାର ଓ ଆନ୍ଧ୍ରପ୍ରଦେଶରୁ ୧୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।

୯ଟି ରାଜ୍ୟରେ ୭୪% ଆକ୍ଟିଭ୍ କେସ

ଦେଶରେ ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୧୯ ହଜାର ୧୮ । କିନ୍ତୁ ୯ଟି ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସର କେବଳ ୭୪% କରୋନା ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ରହିଛି କେବଳ ୪୯ ପ୍ରତିଶତ ଆକ୍ଟିଭ୍ କେସ । ଆକ୍ଟିଭ୍ କେସ ତାଲିକାରେ ଓଡ଼ିଶା ସାତ ନମ୍ୱର ସ୍ଥାନରେ ରହିଛି ।

୫ଟି ରାଜ୍ୟ ୬୯% ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ କରୋନା ନେଇଛି ଆଉ ୧୧ ଶହ ୭୨ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୭୫ ହଜାର ୬୨ । ଏହା ଭିତରେ କେବଳ ୫ଟି ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରେ ପ୍ରାଣ ହରାଇଛନ୍ତି ୬୯% ଆକ୍ରାନ୍ତ । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ମୃତ୍ୟୁହାର କମ୍ ରହିଛି । ଓଡିଶାରେ ମୃତ୍ୟୁହାର ରହିଛି ୦.୪୨% ।

Leave A Reply

Your email address will not be published.