Latest Odisha News

BREAKING NEWS

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ବ୍ୟବସାୟ କରୁଥିବା ପୁରୀର ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତି କରାଯାଇଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ସହ କାର ଓ ବାଇକ୍ ରହିଛି ।

ଗଞ୍ଜେଇ କାରବାରର ସମ୍ପୃକ୍ତ ବିଜୟ ପାଣି ଓ ପୁଅ ସତ୍ରୁଜିତ ପାଣିଙ୍କ ସମ୍ପତ୍ତି ଆଟାଚ୍ ପାଇଁ କୋଲକାତା ସ୍ଥିତ ସାଫେମା ଅନୁମତି ଦେଇଥିଲା । ଏହାପରେ ପୁରୀ ପୋଲିସ ସମ୍ପତ୍ତି ବାଜ୍ୟାପ୍ତି କରିଛି ।

ଗତ ମେ ୩ ତାରିଖରେ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ଶତ୍ରୁଜିତ୍ ପାଣିକୁ ବ୍ରହ୍ମଗିରି ଥାନା ପୋଲିସ ଗିରଫ କରିଥିଲା । ସେତେବେଳେ ବାପପୁଅଙ୍କ ଠାରୁ ୬୨୪ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିଲା ପୋଲିସ ଓ ଏସ୍ଆଇଟି ଟିମ୍ । ଗଞ୍ଜେଇ ସହ ହାତ ତିଆରି ବୋମା ଜବତ ହୋଇଥିଲା । ଅଭିଯୁକ୍ତ ବାପପୁଅ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଗଚ୍ଛିତ କରିବା ସହ ରଥଯାତ୍ରାକୁ ଟାର୍ଗେଟ୍ କରିଥିଲେ ।

Leave A Reply

Your email address will not be published.