Latest Odisha News

BREAKING NEWS

ଆଇପିଏଲ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମଲ ମଙ୍ଗଳବାର ଏକ ନ୍ୟୁଜ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶରେ ସାଧାରଣ ନିର୍ବାଚନ ହେବା ସତ୍ୱେ ସମସ୍ତ ମ୍ୟାଚ ଭାରତରେ ଖେଳାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ପ୍ରଥମେ ୧୫ ଦିନର କାର୍ଯସୂଚୀ ଘୋଷଣା କରାଯିବ । ଏହା ପରେ ନିର୍ବାଚନ ତାରିଖକୁ ଦେଖି ବାକି କାର୍ଯ୍ୟସୂଚୀ ଘୋଷଣା ହେବ । ସେ କହିଛନ୍ତି ଯେ, ଯେତେଦୂର ସମ୍ଭବ ଆମେ ମାର୍ଚ୍ଚ ୨୨ରୁ ଏହାକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛୁ । ୨୦୦୯ରେ ଆଇପିଏଲର ସମସ୍ତ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ।

ସେହିପରି ୨୦୧୪ ସଂସ୍କରଣ ଓ ନିର୍ବାଚନ ମୁହାଁମୁହିଁ ହେବା ଯୋଗୁ କିଛି ମ୍ୟାଚ ୟୁଏଇରେ ଆୟୋଜନ କରାଯାଇଥିଲା । ୨୦୧୯ରେ ନିର୍ବାଚନ ସତ୍ୱେ ଭାରତରେ ସମସ୍ତ ମ୍ୟାଚ ଖେଳା ଯାଇଥିଲା । ଜୁନରୁ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବାରୁ ଏହା ପୂର୍ବରୁ ଆଇପିଏଲ ସାରିବା ଜରୁରୀ ହୋଇପଡିଛି । ୨୦୨୪ ସିଜନରେ ମିଚେଲ ଷ୍ଟାର୍କ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ମିନି ଅକ୍ସନରେ ୩୦୦ ଖେଳାଳିଙ୍କ ମଧ୍ୟରୁ ୭୨ ଖେଳାଳିଙ୍କୁ ଟିମମାନେ ନେଇଥିଲେ ।

Leave A Reply

Your email address will not be published.