Latest Odisha News

BREAKING NEWS

ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ ମିନି ଅକ୍ସନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ପାଇଁ ଫେବୃୟାରୀ ତୃତୀୟ ସପ୍ତାହରେ ମିନି ଅକ୍ସନ ହୋଇପାରେ । ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ୧୧ଫେବୃୟାରୀରେ ଏହି ନିଲାମ ପ୍ରକ୍ରିୟା ହେବାକୁ ଥିଲା । ଏବେ ଏହା ୧୪ରୁ ୨୧ ମଧ୍ୟରେ ହୋଇପାରେ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ୨/୩ ଦିନ ମଧ୍ୟରେ ନିଲାମ ତାରିଖ ସହ କେଉଁ କେଉଁ ଭେନ୍ୟୁରେ ଖେଳାଯିବ ତାହା ମଧ୍ୟ ଘୋଷଣା କରିବ । ଏଥର ନିଲାମ ପ୍ରକ୍ରିୟାରେ ୮ ଫ୍ରାଂଚାଇଜଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ୧୯୬.୬ କୋଟି ଟଙ୍କା ରହିଛି ।

ଆଇପିଏଲ କଂଟ୍ରାକ୍ଟ ଶେଷ ହୋଇଥିବା ଖେଳାଳିମାନେ ଫେବୃୟାରୀ ୪ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ ଫର୍ମ ଦାଖଲ କରିବେ । ୧୨ ଫେବୃୟାରୀ ସୁଦ୍ଧା ଅରିଜିନାଲ ଫର୍ମ ବୋର୍ଡ ନିକଟକୁ ପଠାଇବାକୁ ପଡିବ । ବୁଧବାର ସମସ୍ତ ଫ୍ରାଂଚାଇଜ କେଉଁ ଖେଳାଳିଙ୍କୁ ରଖିଲେ ଏବଂ ଛାଡିଲେ ତାହାର ତାଲିକା ଦେଇ ସାରିଛନ୍ତି ।

Leave A Reply

Your email address will not be published.