Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍ 

ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ତୈଳ ଦର ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଞ୍ଚିଛି ଦିଲ୍ଲୀ ଓ ବମ୍ବେରେ ତେଲ ଦାମ ଆକାଶ ଛୁଆଁ ରହିଛି ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ ୭୫ ଟଙ୍କାରୁ ଅଧିକ ରହିଛି ମୁମ୍ବାଇରେ ପେଟ୍ରୋଲ ପାଖାପାଖି ୯୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୮୨ ଟଙ୍କା ଉପରେ ରହିଛି  

ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୯୩ ଏବଂ ଡିଜେଲ ଦାମ ୮୨.୧୯ ଟଙ୍କା ପ୍ରତି ଲିଟର ରହିଛି ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୮୭ ଟଙ୍କା ପ୍ରତି ଲିଟର ରହିଛି କୋଲକାତାରେ ପେଟ୍ରୋଲ ୮୬.୮୭ ଏବଂ ଡିଜେଲ ଦାମ ୭୯.୨୩ ଟଙ୍କା ପ୍ରତି ଲିଟର ରହିଛି

କରୋନା ମହାମାରୀ କାରଣରୁ ଅନେକ ଦେଶରେ ତୈଳ ଉତ୍ପାଦନ କମିଛି ଅନେକ କମ୍ପାନୀ ତେଲ ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ହେତୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡୁଥିବା ଜଣାପଡିଛି ତେଣୁ ତୈଳ ବଜାରରେ ଦାମ ବୃଦ୍ଧି ହେଉଛି

 

 

Leave A Reply

Your email address will not be published.