Latest Odisha News

BREAKING NEWS

ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ଏକ କାର୍ଯ୍ୟ ଏବେ ପୁନର୍ବାର ତାଙ୍କୁ ଚର୍ଚ୍ଚାରେ ପରିସରକୁ ନେଇ ଆସିଛି । ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହୁଥିବା ଇରଫାନ ନିକଟରେ ବିବାହର ୮ ବର୍ଷ ପରେ ତାଙ୍କ ପତ୍ନୀଙ୍କ ମୁହଁ ପ୍ରଶଂସକଙ୍କୁ ଦେଖାଇଛନ୍ତି । ଏହା ପୂର୍ବରୁ ସେ ଅନେକ ଫଟୋ ଶେୟାର କରିଥିଲେ ମଧ୍ୟ ପତ୍ନୀଙ୍କ ସମ୍ପୂର୍ଣ୍ଣ ଚେହେରା ଦେଖାଇ ନ ଥିଲେ । ୨୦୧୬ରେ ସଫା ବେଗଙ୍କୁ ଇରଫାନ ବିବାହ କରିଥିଲେ । ପୂର୍ବରୁ ବିଭିନ୍ନ ଫଟୋରେ ସଫା ହାତରେ ମୁହଁ ଲୁଚାଉଥିଲେ କିମ୍ବା ହିଜାବରେ ଦେଖିବାକୁ ମିଳୁଥିଲା । ଆଉ କେତେକ ଫଟୋରେ ତାଙ୍କର ସ୍ପଷ୍ଟ ମୁହଁ ସମ୍ମୁଖକୁ ଆସୁ ନ ଥିଲା ।

ଏବେ ଇରଫାନଙ୍କ ନୂତନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଫା ଏତେ ସୁନ୍ଦର ଥିଲେ ତ ? ଇରଫାନ କାହିଁକି ତାଙ୍କ ମୁହଁ ଦେଖାଉ ନ ଥିଲେ ବୋଲି ୟୁଜର୍ସ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି । ଇରଫାନ ଏ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ସଫା ସାଉଦି ଆରବର ବାସିନ୍ଦା ଅଟନ୍ତି । ଇରଫାନଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଉଭୟ ପରିବାରଙ୍କ ସମ୍ମତି କ୍ରମେ ସେମାନେ ବିବାହ କରିଥିଲେ ।

Leave A Reply

Your email address will not be published.