Latest Odisha News

BREAKING NEWS

ହମାସ ଆକ୍ରମଣରେ ନିହତ ପ୍ରିୟଜନଙ୍କ ଶୁକ୍ରାଣୁ ସଂରକ୍ଷିତ ରଖୁଛନ୍ତି ଇସ୍ରାଏଲବାସୀ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରୀ ରହିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ପରୋକ୍ଷରେ ଆନନ୍ଦ ପ୍ରଦାନ କରିଛି । ହମାସ ଆକ୍ରମଣରେ ନିହତ ହୋଇଥିବା ପରିଜନମାନଙ୍କ ନିକଟରୁ ପରିବାର ଲୋକ ଶୁକ୍ରାଣୁ ସଂଗ୍ରହ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ଆଉ ଏକ ଜୀବନର ଆଶା ମଧ୍ୟ ସୃଷ୍ଟି କରିଛନ୍ତି । ଇସ୍ରାଏଲର ପ୍ରଫେସର ଶିଣ ଦାଫନା ଏକ କାର୍ଯ୍ୟକ୍ରମ ଅବସରରେ ପରିଜନଙ୍କ ନୈରାଶ୍ୟଭାବ ଦେଖି ହତାଶ ହୋଇ ପଡିଥିଲେ । ଏହା ପରେ ସେ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଖୋଲାଖୋଲି ଭାବେ ଶୁକ୍ରାଣୁ ସଂଗ୍ରହ କରିବା ପରାମର୍ଶ ଦେଇଥିଲେ । ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥିଲା ।

କୁଢ଼ କୁଢ଼ ଶବ ମଧ୍ୟରୁ ନିଜ ଲୋକଙ୍କୁ ଠାବ କରିବା ସହ କିପରି ତାଙ୍କ ଶୁକ୍ରାଣୁ ସଂଗ୍ରହ ହୋଇପାରିବ ସେଥିପାଇଁ ସେମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଖୁବ ଶୀଘ୍ର ସଂଗୃହୀତ ଶୁକ୍ରାଣୁକୁ ସଂରକ୍ଷିତ ରଖାଯିବ । ଏହା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏଥିରୁ ଜୀବନ ସୃଷ୍ଟି ପାଇଁ ଉଦ୍ୟମ କରାଯିବ । ପୂର୍ବରୁ ଶୁକ୍ରାଣୁ ସଂରକ୍ଷିତ ରଖିବା ପାଇଁ କୋର୍ଟଙ୍କ ନିକଟରୁ ପରାମର୍ଶ ନେବାକୁ ପଡୁଥିଲା । ଏବେ ଇସ୍ରାଏଲ ସରକାର ଏହା ଉପରୁ ସାମୟିକ ଭାବେ କଟକଣା ଉଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ମୃତ୍ୟୁର ୨୪ ଘଂଟା ପର୍ଯ୍ୟନ୍ତ ଶୁକ୍ରାଣୁ ସକ୍ରିୟ ରହିଥାଏ ।

Leave A Reply

Your email address will not be published.