Latest Odisha News

BREAKING NEWS

ଇସ୍ରାଏଲ-ହମାସ ଯୁଦ୍ଧ: ଖବର ସଂଗ୍ରହ ବେଳେ ଚାଲିଗଲା ରଏଟର୍ସ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ : ଗତ ସପ୍ତାହରୁ ଇସ୍ରାଏଲ ଏବଂ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି  । ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  ।  ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ୬ ଜଣ ସାମ୍ବାଦିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ  ରଏଟର୍ସର ଭିଡିଓ ଗ୍ରାଫର  ଇସାମ ଅଦ୍ଦୁଲ୍ଲା ବୋଲି ଜଣାପଡିଛି । ଗତକାଲି ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଆକ୍ରମଣ କରିବା ବେଳେ ଏହି ଅଘଟଣ ଘଟିଛି ।

ଆହତ ହୋଇଥିବା ସାମ୍ବାଦିକ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ସେପଟେ ଏହି ଘଟଣାକୁ ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲକୁ ଦାୟୀ କରିଥିବାବେଳେ ଇସ୍ରାଏଲର ୟୁଏନ ରାଷ୍ଟ୍ରଦୂତ କହିଛନ୍ତି, ଏଠାରେ କାମ କରୁଥିବା କୌଣସି ସାମ୍ବାଦିକଙ୍କୁ ହତ୍ୟା କରିବାକୁ ଆମେ କଦାପି ଚାହିଁବୁ ନାହିଁ। ଆମେମାନେ ଆମ କାର୍ଯ୍ୟ କରୁଛୁ । ଏମିତି ସମୟରେ ବେଳେ ବେଳେ ଏମିତି ଘଟଣା ଘଟିଯାଏ। ତେଣୁ ଇସ୍ରାଏଲ ଘଟଣାର ତଦନ୍ତ କରିବ।

Leave A Reply

Your email address will not be published.