Latest Odisha News

BREAKING NEWS

ସଫଳତାର ସହ ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ସୌର ଅଭିଯାନ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ନେଇ ଇସ୍ରୋର ଆଉ ଏକ ସଫଳତା । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ ଏଲ-୧ । ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ । ଏବେ ପୃଥିବୀଠୁ ୭୧,୭୬୭ କିମି ଦୂରରେ ବୁଲୁଛି ଆଦିତ୍ୟ ଏଲ-୧ । ଆସନ୍ତା ୧୫ ତାରିଖରେ ଚତୁର୍ଥ କକ୍ଷପଥ ବଦଳାଇବ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ଇସ୍ରୋ ।

ଇସ୍ରୋ କହିଛି ଯେ, ଶନିବାର ମଧ୍ୟରାତ୍ରି ସାଢେ ୨ଟା ବେଳେ ଆଦିତ୍ୟ ଏଲ-୧ ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କରିଛି । ଏହି ପ୍ରକ୍ରିୟା ସମୟରେ ମରିସସ୍, ବେଙ୍ଗାଲୁରୁ, ଏସଡିଏସସି-ଶାର୍(ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟରରେ ଥିବା ଗ୍ରାଉଣ୍ଡ ଷ୍ଟେସନ ସାଟେଲାଇଟକୁ ଟ୍ରାକ କରିଥିଲେ । ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଆଦିତ୍ୟ ଏଲ-୧ ସାଟେଲାଇଟ ଚତୁର୍ଥ କକ୍ଷପଥରେ ପ୍ରବେଶ କରିବ । ଏହାପରେ ପୁଣିଥରେ କକ୍ଷପଥ ପରିବର୍ତ୍ତନ କରି ପଞ୍ଚମ କକ୍ଷପଥରେ ପ୍ରବେଶ କରିବା ପରେ ସିଧା ଏଲ-୧ କକ୍ଷପଥକୁ ଯିବ ।

ସୂଚନା ଥାଉକି, ମୋଟ ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ, ନିଜ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇଯିବ ଆଦିତ୍ୟ ଏଲ-୧। ୨୦୨୩ ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ ଏଲ-୧ ର ସଫଳ ଉତକ୍ଷେପଣ ହୋଇଥିଲା । ଲଞ୍ଚିଂ ଠାରୁ ୧୨୫ ଦିନ ପରେ, ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜ୍ ପଏଣ୍ଟ ବା ଏଲ-୧ରେ ପହଞ୍ଚିବ । ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ’ଲୋଡ୍ ଖଞ୍ଜାଯାଇଛି ।

 

Leave A Reply

Your email address will not be published.