Latest Odisha News

BREAKING NEWS

ବ୍ୟକ୍ତିଗତ କାରଣରୁ ଅହମ୍ମଦାବାଦ ଟେଷ୍ଟରୁ ଓହରିଲେ ବୁମରାହ

ଅହମ୍ମଦାବାଦ: ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି । ଅନ୍ତିମ ଟେଷ୍ଟ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି । ବୁମରାହ ୨ଟି ଟେଷ୍ଟ ଖେଳି ୪ ଉଇକେଟ ଅକ୍ତିଆର କରିଛନ୍ତି ।

କ୍ରମାଗତ ୬ମାସ ଧରି ବୁମରାହ ଖେଳ ଜାରି ରଖିଛନ୍ତି । ସେ ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ୧୯ ମ୍ୟାଚରୁ ୩୮ ଉଇକେଟ ହାସଲ କରିଛନ୍ତି । ଦିନିକିଆରେ ୬୭ ମ୍ୟାଚରୁ ୧୦୮ ଓ ଟି୨୦ରେ ୫୦ ମ୍ୟାଚରୁ ୫୯ ଉଇକେଟ ନେଇଛନ୍ତି ।

Leave A Reply

Your email address will not be published.