Latest Odisha News

ପଡିଆକୁ ଫେରିବା ସୂଚନା ଦେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ପଡିଆକୁ ଫେରିବା ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ବୋଲିଂ ସ୍ପାଇକ୍ସର ଫଟୋ ଶେୟାର କରିବା ସହ ତଳେ ଲେଖିଛନ୍ତି ପ୍ରିୟ ବନ୍ଧୁ, ଆମେ ପୁଣି ଦେଖା ହେବା । ବୁମରାହ ପ୍ରଶଂସକମାନେ ଏ ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ବୁମରାହଙ୍କ ପିଠି ଅପରେଶନ ହୋଇଥିଲା । ସେ ସୁସ୍ଥ ହେବା ସହ ଧିରେ ଧିରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଏପ୍ରିଲରେ ଜାତୀୟ କ୍ରିକେଟ ଏକାଡେମୀରେ ଏହି ୨୯ ବର୍ଷୀୟ ବୋଲର ଡାକ୍ତର ଓ ଫିଜିଓଙ୍କ ତତ୍ୱାବଧନରେ ଅଭ୍ୟାସ କରିଥିଲେ । ମାତ୍ର ପରେ ବିିସିସିଆଇ ପରାମର୍ଶ କ୍ରମେ ସେ ଆଇପିଏଲରୁ ଓହରି ଯାଇଥିଲେ ।

ବୁମରାହଙ୍କ ଉପସ୍ଥିତି ସର୍ବଦା ଭାରତର ପେସ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଥାଏ । ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ବୁମରାହ ଖେଳିବେ ନାହିଁ । ତେବେ ବୁମରାହ ଫିଟ ହେବା ଖବର ନେଇ ସାଥୀ ଖେଳାଳିମାନେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.