Latest Odisha News

BREAKING NEWS

କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି ।  ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେଶନ ଚାଲିଛି ।

ସୂଚନା ଅନୁସାରେ, ଲଦାଖରେ ନିଯୁକ୍ତି ହୋଇଥିବା ଭାରତୀୟ ସେନାର ୨୫ ବର୍ଷିୟ ଜବାନ ଜାୱେଦ୍ ଅହମଦ୍ ୱାନି ଗତ କାଲିଠାରୁ ନିଖୋଜ ଅଛନ୍ତି । ଯବାନ ଜଣକ ଇଦ୍ ଛୁଟିରେ ଘରକୁ ଆସିଥିଲେ । ସଉଦାପତ୍ର କିଣିବା ଲାଗି ଜାୱେଦ୍‌ ୱାନି ତାଙ୍କ କାର୍‌ ଚଳାଇ ଚୋୱାଲଗାମକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ଜାୱେଦଙ୍କ ପରିବାର ଲୋକ ଆଖପାଖ ଗାଁରେ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ । ଖୋଜାଖୋଜି ବେଳେ ପାରାନହାଲ୍ ଗାଁ ନିକଟରେ ତାଙ୍କର କାର୍ ଦେଖିବାକୁ ମିଳିଥିଲା । କାର ପାଖରୁ ତାଙ୍କର ଗୋଟେ ଚପଲ ଓ କାରରେ ତାଙ୍କର ରକ୍ତ ଛିଟା ଦେଖିବାକୁ ମିଳିଥିଲା । ପରେ ପରିବାର ଲୋକ ପୋଲିସ ପାଖରେ ଅପହରଣ ନେଇ ଅଭିଯୋଗ କରିଥିଲା । ଅଭିଯୋଗ ପରେ ପୋଲିସ ଓ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରିଯାଇଛି । ତେବେ ତାଙ୍କୁ କିଏ ଓ କାହିଁକି ଅପହରଣ କରିଛି ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.