Latest Odisha News

BREAKING NEWS

ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ: ବଞ୍ଚେଇଦେଲେ RPF କର୍ମଚାରୀ

ଖୋର୍ଦ୍ଧା: ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।

ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ୪ ନଂମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ ପ୍ଲାଟଫର୍ମରୁ ଛାଡ଼ିବାକୁ ଆରମ୍ଭ କରିଥିଲା । ଏହି ସମୟରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏତିକି ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ଏହାକୁ ଦେଖି, ପାଖରେ ଥିବା କାର୍ଯ୍ୟରତ ଆରପିଏଫ ଏଏସଆଇ ଜେ.କେ ଆଚାର୍ଯ୍ୟ ଓ କନଷ୍ଟେବଳ ଏମ୍.ୱାଇ.ରାଓ ଦୌଡ଼ି ଦୌଡ଼ି ଆସି ଯାତ୍ରୀ ଜଣଙ୍କୁ ଟାଣି ଆଣି ଉଦ୍ଧାର କରିଥିଲେ। ଯାହା ଫଳରେ ମହିଳା ଜଣକ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ । ଦୁଇ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଂଚିଯାଇଛି । ଏହାର ଦୃଶ୍ୟ CCTV ଫୁଟେଜରେ କଏଦ ହୋଇଛି ।

Leave A Reply

Your email address will not be published.