Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସ: କୌଣସି ଝଟକା (ଜର୍କ) ବିନା ରେଳଯାତ୍ରା ସମୟରେ ଗୁଣବତ୍ତାରେ ବୃଦ୍ଧି ପାଇଁ ପ୍ରୟାସ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ଏଲ.ଏଚ.ବି. (LHB) କୋଚ ଥିବା ଟ୍ରେନ ମାନଙ୍କରେ ଯାତ୍ରା ସମୟରେ ସାମାନ୍ୟ ଝଟକା ଲାଗିଲାଭଳି ଅନୁଭବ କରୁଥିବାର ଯାତ୍ରୀ ମାନଙ୍କର ଅନୁଭବ ସମ୍ପର୍କରେ ଲୋକମତ ସଂଗ୍ରହ ପରେ ଭାରତୀୟ ରେଳବାଇ ଏକ ବିଶେଷଜ୍ଞ ଦଳ ଗଠନ କରି ପରୀକ୍ଷା ନିରୀକ୍ଷା କରିବାପରେ ଏହି ଝଟକା କୁ ରୋକିବାପାଇଁ ବିଶେଷ ପଦକ୍ଷପ ହାତକୁନେଇଛି I ବିଶେଷଜ୍ଞ ଦଳ ଦୁଇଟି କୋଚ୍କୁ ଯୋଡ଼ୁଥିବା ଐକିକ ପ୍ଲେଟ କିମ୍ବା ଭାସମାନ ପ୍ଲେଟ ଥିବା ବୋଫର ବଦଳରେ ଏକ ସୁସନ୍ତୁଳିତ ବୋଫର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ I

ପ୍ରଯୁକ୍ତିବିଦ୍ୟା ସହିତ ଆଗକୁ ବଢୁଥିବା ଭୁବନେଶ୍ୱର ସ୍ଥିତ ରେଳବାଇ କୋଚିଂ ଡିପୋ ଐକିକ ପ୍ଲେଟ କିମ୍ବା ଭାସମାନ ପ୍ଲେଟ ଥିବା ବୋଫର ବଦଳରେ ନୂତନ ଡିଜାଇନର ସୁସନ୍ତୁଳିତ ବୋଫର ଗୁଡିକୁ ଭୁବନେଶ୍ୱର ଠାରୁ ଏବଂ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସ ଟ୍ରେନ ରେ ସଂଯୋଗ କରି ରେଳଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବାକୁ ପ୍ରୟାସ କରିଛି ଯାହା ଫଳରେ ଯାତ୍ରୀମାନେ ଜର୍କ ଅନୁଭବ ନକରିବେ I ଭୁବନେଶ୍ୱର ରେଳବାଇ କୋଚିଂ ଡିପୋ ସମୁଦାୟ ୯୩ ସେଟ ଏହି ନୂତନ ଡିଜାଇନର ସୁସନ୍ତୁଳିତ ବୋଫର କୁ ଗ୍ରହଣକରି ୪୨ଟି କୋଚରେ ୮୪ସେଟ ସଂଯୋଗ କରିବା ଫଳରେ ଭୁବନେଶ୍ୱର ରୁ ଛାଡୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସ ରେ ଏହି ସୁବିଧା ପ୍ରଦାନ କରିପାରିଛି I ଯାହା ଫଳରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା ଅନୁଭବ କରିବେ I

ଦୁଇଟି କୋଚ୍କୁ ସଂଯୋଗ କରୁଥିବା ଉପକରଣକୁ କପଲର / ବୋଫର କୁହାଯାଏ I ଭାରତୀୟ ରେଳବାଇରେ ବର୍ତମାନ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଘଟୁଥିବାବେଳେ ପୁରୁଣା ଢାଞ୍ଚା କୁ ବଦଳାଯାଇ ନୂତନ ପ୍ରଯୁକ୍ତିବିଦ୍ୟା ର ପ୍ରସାର କରାଯାଉଅଛି I ନୂତନ ଡିଜାଇନର ସୁସନ୍ତୁଳିତ ବୋଫର ଏହା ମଧ୍ୟରୁ ଗୋଟିଏ I

ଏଲ.ଏଚ.ବି. (LHB) କୋଚମାନଙ୍କରେ ପୂର୍ବରୁ ବନ୍ଦୋବସ୍ତ କରାଯାଇଥିବା ବୋଫର ରେ ଯାତ୍ରା ସମୟରେ ସାମାନ୍ୟ ଝଟକା ଅନୁଭବ ହେଉଥିଲା I ନୂତନ ଡିଜାଇନର ସୁସନ୍ତୁଳିତ ବୋଫର ନୂତନ ସଂସ୍କରଣରେ ଉଚ୍ଚ କ୍ଷମତା ସମ୍ପନ୍ନ ଆବଶ୍ୟକତାକୁ ସୁନିଶ୍ଚିତ କରାଯାଇଅଛି ଯାହାଦ୍ୱାରା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା I

Leave A Reply

Your email address will not be published.