Latest Odisha News

BREAKING NEWS

ଜେଲରେ କଏଦୀ ପଢ଼ିବେ ଗୀତା ଭାଗବତ

ଭୁବନେଶ୍ୱର : ଏବେ କଏଦୀ ପଢ଼ିବେ ଗୀତା ଭାଗବତ । କଏଦୀଙ୍କ ମାନସିକ ସ୍ଥିତିରେ ସୁଧାର ପାଇଁ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି। ପବିତ୍ର ମହାଶିବରାତ୍ରି ଅବସରରେ ଏହାର ଶୁଭାରମ୍ଭ ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ହୋଇଛି। ଇସ୍କନ ମନ୍ଦିରରୁ ୨୭ ଜଣିଆ ଟିମ୍ ଝାରପଡ଼ା ଜେଲକୁ ଯାଇଥିଲେ । ସେଠାରେ ପ୍ରାୟ ୨ ଘଣ୍ଟା ଧରି କଏଦୀମାନଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅମୃତବାଣୀ ଶୁଣାଇଥିଲେ।

ଏହି ଉତ୍ସବରେ ଜେଲର ସମସ୍ତ ପୁରୁଷ ଓ ମହିଳା କଏଦୀ ଉପସ୍ଥିତ ଥିଲେ। ଇସ୍କନ ମନ୍ଦିର ସଦସ୍ୟମାନେ କଏଦୀମାନଙ୍କୁ ଗୀତା ଭାଗବତ ସହିତ ଜପାମାଳି ମଧ୍ୟ ଦେଇଥିଲେ । ତେବେ ବହିଗୁଡ଼ିକ ଜେଲ୍‌ରେ ଥିବା ଲାଇବ୍ରେରୀରେ ରଖାଯାଇଛି। ପ୍ରତିଦିନ କଏଦୀମାନେ ଏଠାରୁ ବହି ନେଇ ପଢ଼ିବା ପରେ ନିର୍ଦ୍ଧାରିତ ସମୟ ଭିତରେ ଲାଇବ୍ରେରୀରେ ରଖିବେ।

ଏହି ଉତ୍ସବରେ ଜେଲର ସନ୍ତୋଷିନୀ ଦାଶ, ଆସିଷ୍ଟାଣ୍ଟ ଜେଲର ସୁର୍ମାଜିନୀ ପ୍ରଧାନ, ସୁବାଷ ଚନ୍ଦ୍ର ମଲ୍ଲିକ ଓ ଶିକ୍ଷକ ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପ୍ରୟାସ ଆଗକୁ ଜାରି ରହିବ ବୋଲି ଜେଲ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.