Latest Odisha News

BREAKING NEWS

ଶାହାରୁଖଙ୍କ ଡଙ୍କି ସହ ବକ୍ସ ଅଫିସରେ ସାମ୍ନା ସାମ୍ନି ହେବ ଅକ୍ଷୟ,ଟାଇଗରଙ୍କ ବଡେ ମିଆଁ ଛୋଟେ ମିଆଁ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ନାମ ଡଙ୍କି ରଖାଯାଇଛି । ଗତବର୍ଷ କ୍ରିଷ୍ଟମାସ ଶାହାରୁଖଙ୍କ ଡଙ୍କି ଏବଂ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡ ମିଆଁ ଓ ଛୋଟେ ମିଆଁ ଆମ୍ନା ସାମ୍ନି ହେବେ । ୧୯୯୮ରେ ଆସିଥିବା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ଏହା କିନ୍ତୁ ରିମେକ କିମ୍ବା ସିକ୍ୱେଲ ନୁହେଁ ।

ତେବେ ଏଥିରେ କିନ୍ତୁ ପୁରୁଣା ଫିଲ୍ମର ଟାଇଟଲ ଟ୍ରାକକୁ ରଖାଯାଇଛି । ଡଙ୍କି ଫିଲ୍ମ କମେଡି ଓ ଇମୋଶନାଲ ଡ୍ରାମା ହୋଇଥିବା ବେଳେ ବଡେ ମିଆଁ ଛୋଟେ ମିଆଁ ସମ୍ପୂର୍ଣ୍ଣ ଭାବେ ଆକ୍ସନ ପ୍ୟାକଡ ଫିଲ୍ମ । ୨ଟି ଯାକ ଫିଲ୍ମର କାହାଣୀ ଏବଂ ଶୈଳୀ ଅଲଗା ହୋଇଥିବାରୁ ବିଶେଷ ଅସୁବିଧା ହେବ ନାହିଁ ବୋଲି ସମୀକ୍ଷକ ମାନେ କହିଛନ୍ତି ।

Leave A Reply

Your email address will not be published.