Latest Odisha News

BREAKING NEWS

ଓଡିଶା ସ୍ୱିମର୍ ପ୍ରତ୍ୟାଶା ରାୟ ଜିତିଲେ ‘ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନସିପ୍’

ଭୁବନେଶ୍ୱର : ଓଡିଶା ଝିଅ ପ୍ରତ୍ୟାଶା ରାୟ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନ୍ସିପ୍ରେ ୧୭ ବର୍ଷରୁ କମ୍ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ।

ନୂଆଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମରେ ଚାଲିଥିବା ୬୪ତମ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ସ୍ୱିମିଂ ଚାମ୍ପିୟନ୍ଶିପରେ ପ୍ରତ୍ୟାଶା ୨.୩୪:୭୯ ମିନିଟରେ ଟାର୍ଗେଟ୍ ଛୁଇଁ ରୌପ୍ୟ ପଦକ ହାତେଇବାରେ ସଫଳ ହୋଇଛନ୍ତି ।

ଏହି ଚାମ୍ପିୟନସିପରେ ଡିସେମ୍ବର ୧୮ ଓ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୫୦ ଓ ୧୦୦ମି. ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ପୁଣିଥରେ ପଦକ ହାତେଇବେ ବୋଲି ଓଡିଶାବାସୀ ଆଶା ପ୍ରକାଶ କରିଛନ୍ତି ।

ଓଡିଶାର ପ୍ରଥମ ସ୍ୱିମର୍ ଭାବେ ପ୍ରତ୍ୟାଶା ଅନ୍ତର୍ଜାତୀୟ ପଦକ ହାସଲ କରିପାରିଛନ୍ତି । ପୂର୍ବରୁ ପ୍ରତ୍ୟାଶା ବାଙ୍ଗାଲୋର ଠାରେ ଅନୁଷ୍ଠିତ ୪୩ତମ ଜୁନିୟର ନ୍ୟାସନାଲ ଆକ୍ୱାଟିକ୍ ଚାମ୍ପିୟନସପର (୧୩-୧୪ ବର୍ଷ) ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.