Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ମାତା ମଠରେ ପାରମ୍ପରିକ ଝୁଲଣ ଯାତ୍ରା ମହୋତ୍ସବ ପାଳିତ

ପୁରୀ: ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଗହ୍ମା ପୂର୍ଣ୍ଣିମା ପର‌୍ୟ୍ୟନ୍ତ ଦେଶରେ ସର୍ବତ୍ର ପାରମ୍ପରିକ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ତଥା ବିଭିନ୍ନ ମଠ ବାଡି ମାନଙ୍କରେ ଏହି ଝୁଲଣଯାତ୍ରା ମହୋତ୍ସବ ପାଳିତ ହୋଇଥାଏ । କିନ୍ତୁ ଏ ବର୍ଷ କୋଭିଡ-୧୯ କଟକଣା ଯୋଗୁଁ ସ୍ବଳ୍ପ ଭକ୍ତରେ ସାମାଜିକଦୂରତା ରଖି ଏହା ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୀ ଶ୍ୟାମକୁଂଜ ଗଳିସ୍ଥ ଗୌରବିହାର (ମାତା ମଠ)ଆଶ୍ରମ ରେ ମଧ୍ୟ ଏ ଉତ୍ସବ ପାଳନ କରାଯାଉଛି ।

ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବ ପାଳିତ ହେଉଛି। ସଂଧ୍ୟାରେ ଶ୍ରୀ ବିଗ୍ରହମାନଙ୍କୁ ଝୁଲଣ ବେଦୀ ରେ ଅଧିଷ୍ଠିତ କରାଇ ଭଗବାନ ଙ୍କ ଦିବ୍ୟସିଂହାର କରାଯାଇ ବିଭିନ୍ନ ପୂଜା ବିଧାନ ଓ ନିତିକାନ୍ତିକରାଯାଉଛି ଏବଂସଂଧ୍ୟାରେ ପାରମ୍ପରିକ ସଂଗୀତ ପଣ୍ଡିତ ମଳୟ ମିଶ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଶିଳ୍ପୀମାନଙ୍କ ଦ୍ବାରା ପରିବେଶଣ କରାଯାଉଛି ।

Leave A Reply

Your email address will not be published.