Latest Odisha News

BREAKING NEWS

ଜୋକୋଭିଚ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ ଟେନିସ

ମେଲବୋର୍ନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ୬-୪,୪-୬,୨-୬,୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ ।

ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ୪ ଘଂଟା ସମୟ ଲାଗିଥିଲା । ଜୋକୋଭିଚଙ୍କ ଏହା ଓଭରାଲ ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତିଛନ୍ତି ।

୨ଟି ସେଟ ହାରିବା ପରେ ସେ ଜୋକୋଭିଚ ପ୍ରଭାବୀ ପ୍ରଦର୍ଶନ ସହ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ସେମିଫାଇନାଲରେ ସେ ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ।

Leave A Reply

Your email address will not be published.