Latest Odisha News

BREAKING NEWS

ଅଦିନିଆ ରଥଯାତ୍ରା ପ୍ରସଙ୍ଗ; ମୁମ୍ବାଇ ଇସ୍କନ ମୁଖ୍ୟଙ୍କ ନାଁରେ ଏତଲା

ପୁରୀ : ମୁମ୍ବାଇରେ ହୋଇଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ମୁମ୍ବାଇ ଇସ୍କନ ମୁଖ୍ୟ ରାଧାନାଥ ଦାସ ସ୍ୱାମୀଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରିଛନ୍ତି । କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇ ଇସ୍କନ ପ୍ରମୁଖଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ।

ଜଗନ୍ନାଥ ସେନାର ସଂଯୋଜକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, “ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରାର ଉଲ୍ଲଙ୍ଘନ କରିଥିବାରୁ ଇସ୍କନକୁ ଓଡିଶାର ଲୋକ ରଥଯାତ୍ରା ଆୟୋଜନ କରିବା ପାଇଁ ଅନୁମତି ଦେବେ ନାହିଁ । ଆମେ ରାଜ୍ୟ ସରକାରଙ୍କୁ ଇସ୍କନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଓ ଓଡିଶାରେ ଇସ୍କନର ପ୍ରବେଶ ଉପରେ ରୋକ ଲଗାଇବାକୁ ଆଗ୍ରହ କରିଛୁ ।”

ଉତ୍କଳ ସମ୍ମିଳନୀର ଏକ ପ୍ରତିନିଧିମଣ୍ଡଳ ଆଜି ଭୁବନେଶ୍ୱରରେ ଇସ୍କନ ଅଧିକାରୀଙ୍କ ସହ ସାକ୍ଷାତ କରି ଏହି ପ୍ରସଙ୍ଗରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଇସ୍କନ ପକ୍ଷରୁ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ କରାଯାଉଥିବା ରଥଯାତ୍ରାକୁ ମାଘ ମାସରେ କରାଯାଇଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଅସମ୍ମାନ ବୋଲି ବିରୋଧ କରି ସଚେତନ ନାଗରିକ ମଂଚ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.