Latest Odisha News

BREAKING NEWS

ପୁରୀ ହାଜତ ମୃତ୍ୟୁ ଅଭିଯୋଗ: ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍

ପୁରୀ: ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ ତଲବ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ କରିଛନ୍ତି ଏନଏଚଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହୋଇଛି ? ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

ଏହା ପୂର୍ବରୁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମାମଲାକୁ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ କରିବାକୁ ଏନଏଚଆରସି ପ୍ରତିଶ୍ରୁତି ଦେଇଥିବା କହିଥିଲେ ସମ୍ୱିତ ପାତ୍ର ।

Leave A Reply

Your email address will not be published.