Latest Odisha News

BREAKING NEWS

ଜେଏସପିଏଲ ଫାଉଣ୍ଡେସନ-ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ଟେନସା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଶାଖା, ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ସୁନ୍ଦରଗଡ ଜିଲ୍ଲା ର ଟେନସା ଠାରେ ଉଦଘାଟିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭୈରବ ସିଂ ପଟେଲ, କୋଇଡା ତହସିଲଦାର ଶ୍ରୀମତୀ ପଲ୍ଲବୀ ରାଣୀ ରାଜ ଏବଂ ଟେନସା ସରପଞ୍ଚ ଶ୍ରୀମତୀ ଅନିତା ପୁଟ୍ଟୀ ଙ୍କ ସହ କମ୍ପାନୀର ଅନ୍ୟ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ I

ଏହି କେନ୍ଦ୍ର ଦ୍ୱାରା କୋଇଡା ବ୍ଲକ ର ଟେନସା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଟେନସା ଏବଂ ଫୁଲଝର ଗ୍ରାମ ର ପ୍ରାୟ 35 ଜଣ ପିଲା ଉପକୃତ ହେବେ I ପିଲାମାନଙ୍କ ପାଇଁ ଏହା ଏକ ନିରାପଦ ଏବଂ ଆକୃଷ୍ଟକର ସ୍ଥାନ ଯେଉଁଥିରେ ପିଲାମାନେ ଖେଳିବା ପାଇଁ ସମସ୍ତ ସୁବିଧା ଓ ଉପକରଣ ସହ ବିଭିନ୍ନ ଶିକ୍ଷଣୀୟ ମଡେଲ, ବଗିଚା ଚାଷ ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା ର ସୁବିଧା ମଧ୍ୟ ରହିଛି I ଆଧୁନିକ ସୁବିଧା ଥିବା ଏହି ମଡେଲ କେନ୍ଦ୍ର ର ବିଶେଷତ୍ୱ ଏହା ଯେ ଏହା ପ୍ରସସ୍ଥ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପାଠ୍ୟ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଚେତନତା ଶିବିର ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସଭା ଏବଂ କର୍ମଶାଳା ମଧ୍ୟ ଆୟୋଜିତ ହୋଇପାରିବ I

ତାଙ୍କ ଭାଷଣରେ ଜେଏସପିଏଲ ର ଟିଆରବି ଲୌହ ଖଣି ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର କହିଲେ, “ପାଖାପାଖି ଅଂଚଳରେ ଏଭଳି ସୁବିଧା ନ ଥିବାରୁ ଗ୍ରାମବାସୀ ମାନେ ବହୁ ଦିନରୁ ଏଭଳି ଏକ କେନ୍ଦ୍ର ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ | ଆମେ ସମସ୍ତେ ବହୁତ ଖୁସି ଯେ ଏହା ଆଜି ବାସ୍ତବରେ ତିଆରି ହୋଇ ପାରିଛି I ”

ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ଅଂଚଳରେ ଅବସ୍ଥାପିତ ହୋଇଥିବା ଏହି କେନ୍ଦ୍ରଟି ରେ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରକୃତି ସହ ଜଡିତ ଗଛ, ଲତା ସହ ପଶୁପକ୍ଷୀ ଏବଂ ଜୀବ ଜନ୍ତୁ ତଥା ଅନ୍ୟାନ୍ୟ ମନମୁଗଧକର ଚିତ୍ରମାନ ଅଙ୍କା ଯାଇଛି I

ଜେଏସପିଏଲ ଫାଉଣ୍ଡେସନ ର ଏଭଳି ଏକ ପ୍ରଚେଷ୍ଟା କୁ ପ୍ରଶଂସା କରି ଶ୍ରୀ ପଟେଲ କହିଲେ, “ଏହି ଅଂଚଳର ଲୋକମାନଙ୍କ ପାଇଁ ବାସ୍ତବରେ ଏଭଳି ଏକ କେନ୍ଦ୍ର ଦରକାର ଯାହାକି ଏକରୁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ କେବଳ ସ୍କୁଲ ଯିବା ପାଇଁ ପ୍ରେରଣା ଯୋଗାଇବ ନାହିଁ ବରଂ ପୁଷ୍ଟିକର ଖାଦ୍ୟ ଦ୍ୱାରା ସେମାନେ ସୁସ୍ଥ ରହିବେ ତଥା ସ୍କୁଲର ଉପସ୍ଥାନ ବଢିବା ସହ ସବୁଦିନିଆ ସ୍କୁଲ ଯିବାପାଇଁ ଏକ ଅଭ୍ୟାସ ରେ ପରିଣତ ହେବ I”

ସେ ଆହୁରି କହିଲେ ଯେ ଏହି କେନ୍ଦ୍ର ଏହି ଅଂଚଳର ପିଲାମାନଙ୍କର ସାମଗ୍ରିକ ସୁପୋଷଣ ର ମାତ୍ରା ବୃଦ୍ଧି କରିବାରେ ସହାୟକ ହେବ I

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପାଖ ଅଂଚଳର ଶହେ ରୁ ଅଧିକ ଲୋକ ଜେଏସପିଏଲ ଫାଉଣ୍ଡେସନ କୁ ଏହି କେନ୍ଦ୍ର ପାଇଁ ଧନ୍ୟବାଦ ଦେଦେଇଲ

Leave A Reply

Your email address will not be published.