Latest Odisha News

BREAKING NEWS

୨୬ ଦିନିଆ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ନାବରାଠାରେ ଆୟୋଜିତ ‘ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା’ ଉଦଯାପିତ ହୋଇଯାଇଛି । ଓଡ଼ିଶା ଶିଳ୍ପୀ ମହାସଂଘ ବାଲେଶ୍ୱର ଜିଲ୍ଲା ଶାଖା ଏହି କର୍ମଶାଳାର ସଫଳତା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

ଏହି ଅବସରରେ ଇଡିଆଇର ରାଜ୍ୟ ସଂଯୋଜକ ସୈକତ ସୁତ୍ରଧର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷିତ ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଏଫଡିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ, ଏହି ଭଳି ତାଲିମ କର୍ମଶାଳା ଆୟୋଜିତ ହେଲେ ତାହା ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଡିଜାଇନର ମିନତି ବରଙ୍କ ପ୍ରଶିକ୍ଷଣରେ ଏହି କର୍ମଶାଳାରେ ନାବରାର ୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଝୁମର, ୱାଲ ହ୍ୟାଙ୍ଗିଙ୍ଗ, ପାପୋଛ, ଫ୍ଲାଆର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ତତସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଝୋଟ କପଡାରୁ ବ୍ୟାଗ ଯଥା ଲ୍ୟାପଟପ ବ୍ୟାଗ, ଭ୍ୟାନିଟ, ଫୋଲଡର, ଟିଫିନ ବ୍ୟାଗ, ଓାଟର ବୋଟଲ ବ୍ୟାଗ ଆଦି ତିଆରିର କଳାକୈାଶଳ ଶିଖାଯାଇଥିଲା । ତତସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଙ୍ଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଣ୍ଟିଙ୍ଗ କରି ଆକର୍ଷଣୀୟ କରାଇବା ସମ୍ପର୍କରେ ତାଲିମ ଦିଆଯାଇଥିଲା ।

 

 

 

Leave A Reply

Your email address will not be published.