Latest Odisha News

BREAKING NEWS

ଅନ୍ତରା ଚକ୍ରବର୍ତ୍ତୀ ପାଇଲେ ପ୍ରଥମ ‘ଶାନ୍ତିରାଜ ସ୍ମୃତି ସମ୍ମାନ’

ଭୁବନେଶ୍ୱର : କୁନ୍ଦନ କ୍ରିଏସନ, ଲିସା କ୍ରିଏସନ ଆଣ୍ଡ ଏଣ୍ଟରଟେନମେଣ୍ଟ ଓ ମୁଡ ସୁଇଙ୍ଗ ଓଡ଼ିଶା ଆନୁକୂଲ୍ୟରେ, ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ପ୍ରେସ କ୍ଳବ ପରିସରରେ ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା ପରିଚାଳକ ଶାନ୍ତିରାଜ ଖୋସଲାଙ୍କ ସ୍ମୃତିରେ “ଶାନ୍ତିରାଜ ସ୍ମୃତି ସନ୍ଧ୍ୟା” ଆୟୋଜିତ ହୋଇଯାଇଛି।

ଏହି ଅବସରରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ‘ଶାନ୍ତିରାଜ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। ଏହା ସହ ନମିତା ଅଗ୍ରୱାଲ, କୁମାର ବାପି ଓ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ସନ୍ଧ୍ୟାରେ ସିଦ୍ଧାର୍ଥ ମ୍ୟୁଜିକକୁ ‘ଶାନ୍ତିରାଜ ଖୋସଲା ସମ୍ମାନ’ ପ୍ରଦାନ କରାଯାଇଥିଲା ଏବଂ ସ୍ଵର୍ଗତଃ ଖୋସଲାଙ୍କ ନିର୍ଦ୍ଦେଶନା ଓ ପ୍ରଦୀପ ସାହୁଙ୍କ ପରିକଳ୍ପନା ଓ ଗୀତ ରଚନାରେ ପ୍ରସ୍ତୁତ ଶେଷ ମ୍ୟୁଜିକ ଭିଡିଓ “ଝିପି ଝିପି ବର୍ଷା ” ଉନ୍ମୋଚିତ ହୋଇଥିଲା।

ଜଗଦୀଶ ଅଧିକାରୀ, ସଞ୍ଜୟ ନାୟକ, ଶ୍ରୀକାନ୍ତ ଗୌତମ ଓ ସୁସ୍ମିତା ଦାସଙ୍କ ଉପସ୍ଥାପନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଦୀପ ସାହୁ, ଶାଶ୍ୱତୀ ସାହୁ, ମୋନାଲିସା ପଣ୍ଡା , ନିହାର ଆଚାର୍ଯ୍ୟ, ଅନ୍ତରା ଚକ୍ରବର୍ତ୍ତୀ, ନରେନ୍ଦ୍ର କୁମାର ମିଶ୍ର, ପ୍ରାଞ୍ଜଳ , ସୁବ୍ରତ ଓ ଗୀତିକାର ମୋହିତ ଚକ୍ରବର୍ତ୍ତୀ ଅଂଶଗ୍ରହଣ କରିଥିଲେ।

ସ୍ୱର୍ଗତଃ ଖୋସଲା, କୋରାପୁଟ ଜିଲ୍ଲାର ଜୟପୁରରେ ଜନ୍ମ ଗ୍ରହଣ କରିଥିଲେ । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଅକାଳ ବିୟୋଗ ଘଟିଥିଲା।

Leave A Reply

Your email address will not be published.