Latest Odisha News

BREAKING NEWS

୨୬ ଦିନିଆ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ଜିଲ୍ଲାର ସଦର ବ୍ଳକ ପାରିକୂଳଠାରେ ଚାଲିଥିବା ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ଇଡିଆଇର ରାଜ୍ୟ ସଂଯୋଜକ ସୈକତ ସୁତ୍ରଧର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷିତ ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଏଫଡିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ, ଏହି ଭଳି ତାଲିମ କର୍ମଶାଳା ଆୟୋଜିତ ହେଲେ ତାହା ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଡିଜାଇନର ସନ୍ଧ୍ୟାରାଣୀ ଗିରିଙ୍କ ପ୍ରଶିକ୍ଷଣରେ ଏହି କର୍ମଶାଳାରେ ପାରିକୂଳ ଗ୍ରାମର ୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଝୁମର, ୱାଲ ହ୍ୟାଙ୍ଗିଙ୍ଗ, ପାପୋଛ, ଫ୍ଲାଆର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ତତସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଝୋଟ କପଡାରୁ ବ୍ୟାଗ ଯଥା ଲ୍ୟାପଟପ ବ୍ୟାଗ, ଭ୍ୟାନିଟ, ଫୋଲଡର, ଟିଫିନ ବ୍ୟାଗ, ଓାଟର ବୋଟଲ ବ୍ୟାଗ ଆଦି ତିଆରିର କଳାକୈାଶଳ ଶିଖାଯାଇଥିଲା । ତତସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଙ୍ଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଣ୍ଟିଙ୍ଗ କରି ଆକର୍ଷଣୀୟ କରାଇବା ସମ୍ପର୍କରେ ତାଲିମ ଦିଆଯାଇଥିଲା ।

ଗ୍ରାମୀଣ ମହିଳାମାନଙ୍କୁ ହସ୍ତକଳା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ, ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ମୂଳ ଲକ୍ଷ ଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି, ସମ୍ପାଦକ ପ୍ରିୟରଂଜନ କର, ସମ୍ପାଦିକା ସରୋଜିନୀ ଦାସ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ ଉପସ୍ଥିତ ଥିଲେ । ପରି ଶେଷରେ ସନ୍ଧ୍ୟାରାଣୀ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.