Latest Odisha News

BREAKING NEWS

ରହସ୍ୟମୟ ବଦ୍ରି-୩୧୩, ତାଲିବାନୀଙ୍କ ବ୍ରହ୍ମାସ୍ତ୍ର

ଭୁବନେଶ୍ୱର: ବଦ୍ରି-୩୧୩… ପୂର୍ବରୁ ଏହି ଶବ୍ଦ ସହ କେହି ପରିଚିତ ନଥିଲେ । କେବେ ଏହି ଶବ୍ଦକୁ ନେଇ କେହି ଆଲୋଚନା ମଧ୍ୟ କରିନଥିଲେ । ହେଲେ ବଦ୍ରି-୩୧୩ ନାମକ ଏହି ନାଁ ସହ ଜଡିତ ଏକ ଫଟୋ ଭାଇରାଲ୍ ହେବା ପରେ ସମଗ୍ର ବିଶ୍ୱ ଚକିତ ହୋଇପଡିଛି ।

ଅନେକ ହୁଏ ତ ଜାଣିନଥିବେ ଏକ ଏଲିଟ୍ କମାଣ୍ଡ ଫୋର୍ସର ନାଁ ହେଉଛି ବଦ୍ରି-୩୧୩ । ଯିଏ ତାଲିବାନ ନିର୍ଦ୍ଦେଶରେ ପରିଚାଳିତ ହୋଇଥାଏ । ଅପରେସନ୍ ଆଫଗାନିସ୍ତାନ କବ୍‌ଜା ଭିତରେ ଏମାନଙ୍କର ଭୂମିକା କ’ଣ ଥିଲା, ତାହା ଏବେ ବି ରହସ୍ୟଘେରରେ ।

କୌଣସି ନୋଟିସ୍ କିମ୍ବା ଘୋଷଣା ନୁହେଁ ବରଂ ଇଣ୍ଟରନେଟ ଜରିଆରେ ଏହି ଏଲିଟ୍ ଫୋର୍ସ ବିଷୟରେ ସୂଚନା ଦେଇ ତାଲିବାନ ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି ଫୋର୍ସର ସୈନିକମାନେ ଆମେରିକୀୟ ସୈନ୍ୟଙ୍କ ପରି ଅତ୍ୟାଧୁନିକ ହତିଆର ଓ ପୋଷାକରେ ସଜ୍ଜିତ । ବଦ୍ରି-୩୧୩ର ସୈନ୍ୟଙ୍କ ନିକଟରେ ନାଇଟ୍ ଭିଜନ କ୍ୟାମେରା ସଂଯୁକ୍ତ ହେଲମେଟ୍‌, ଅତ୍ୟାଧୁନିକ ବଡି ଆର୍ମର୍‌, ଟେକ୍ଟିକାଲ୍ ରେଡିଓ ଆର୍ମର୍ଡ ଭେଇକିଲ୍ ଓ ଏମ୍‌-୪ ରାଇଫଲ୍ ଦେଖି ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ବି ଚିନ୍ତାରେ ପଡିଛି ।

ୱାର୍ଲଡ ଏଫେର୍ସରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଇସାଲାମର ପବିତ୍ର କୋରାନରେ ଇଲ୍ଲିଖିତ ବଦ୍ରି ଯୁଦ୍ଧକୁ ନେଇ ଏହି ଏଲିଟ୍ କମାଣ୍ଡ ଫୋର୍ସକୁ ନାମିତ କରାଯାଇଛି । ଅନ୍ୟପଟେ ବଦ୍ରି-୩୧୩ର ସୈନ୍ୟଙ୍କ ନିକଟରେ ଥିବା ଅତ୍ୟାଧୁନିତ ହତିଆର ଓ ସରଂଜାମକୁ ତାଲିବାନ କେବେ କାହାଠୁ କିଣିଥିବା ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ । ଏଭଳି ସ୍ଥିତିରେ ତାଲିବାନ ଅଧିନସ୍ଥ ବଦ୍ରି-୩୧୩ ଫୋର୍ସ ନିକଟରେ ଅତ୍ୟାଧୁନିକ ହତିଆରକୁ ଦେଖି ସବୁଠୁ ଅଧିକ ଆମେରିକା ଚିନ୍ତାରେ ପଡିଛି ।

Leave A Reply

Your email address will not be published.