Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌ । ସେ ହରିୟାଣାର ଜଣେ ଶିକ୍ଷୟତ୍ରୀଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ବହୁ କଳାକାରଙ୍କ ସମେତ, ନିର୍ମାତା,ନିର୍ଦ୍ଦେଶକ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସାମିଲ ହୋଇଥିଲେ । ଏହି ବିବାହକୁ ନେଇ କବିର ବହୁତ ଖୁସିଥିବା ଦେଖିବାକୁ ମିଳିଛି । ବିବାହ ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବିବାହ ସମୟରେ କବୀର ଏକ କ୍ରିମ୍ ରଙ୍ଗର ଶେରୱାନି ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ବିବାହ ସମୟର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କବୀର ଦୁହାନ ବହୁ ସାଉଥ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରନ୍ତି ।

Leave A Reply

Your email address will not be published.