Latest Odisha News

BREAKING NEWS

୭୦୦୦ କୋଟିରେ ବିସଲେରୀକୁ କିଣିବ ଟାଟା ଗ୍ରୁପ : ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ୟାକେଜ ୱାଟର କମ୍ପାନୀ ବିସଲେରୀକୁ ଟାଟା ଗ୍ରୁପ କିଣିବ । ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନ ଥିଲେ ମଧ୍ୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଗ୍ରୁପ ଏହାକୁ କିଣିବା ଏକପ୍ରକାର ଚୂଡାନ୍ତ ହୋଇଛି । ଥମସ ଅପ, ଗୋଲ୍ଡ ସ୍ପଟ ଓ ଲିମକାକୁ କୋକା କୋଲାକୁ ବିକ୍ରୀ କରିବାର ୩୦ ବର୍ଷ ପରେ ରମେଶ ଚୌହ୍ୱାନ ବିସଲେରୀ ଇଂଟରନ୍ୟାଶନାଲ ନେଇ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ୮୨ ବର୍ଷୀୟ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ଝିଅ ଜୟନ୍ତି ବ୍ୟବସାୟ ନେଇ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହାକୁ ବିକ୍ରି କରିବାକୁ ସେ ନିଷ୍ପତି ନେଇଥିଲେ ।

ରିଲାଏନ୍ସ ରିଟେଲ, ନେସଲେ ଏବଂ ଡାନନଙ୍କ ପରି ଆନ୍ତର୍ଜାତୀୟ କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ଟାଟା ଗ୍ରୁପ ପ୍ରତି ଚୌହ୍ୱାନଙ୍କ ବ୍ୟକ୍ତିଗତ ପସନ୍ଦ ରହିଥିଲା । ୨ ବର୍ଷ ଧରି ଏ ନେଇ ଆଲୋଚନା ଚାଲିଥିବା ବୋଲି ଚୌହ୍ୱାନ କହିଛନ୍ତି । ଇଟାଲିୟନ ବ୍ରାଣ୍ଡ ବିସଲେରୀକୁ ସେ କିଣିବା ପରେ ୧୯୬୫ରେ ମୁମ୍ବାଇରେ ଏହାର ପ୍ଲାଂଟ ସ୍ଥାପନ କରିଥିଲେ । ଭାରତ ଏବଂ ପଡୋଶୀ ଦେଶରେ ୪୫୦୦ ଡିଷ୍ଟ୍ରିବ୍ୟୁଟର୍ସ ଓ ୫୦୦୦ ଟ୍ରକର ନେଟୱର୍କ ରହିଛି ।

Leave A Reply

Your email address will not be published.