Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହାକୁ ଟାର୍ଗେଟ କରି କଙ୍ଗନା କହିଲେ, ଗୋଟେ ନିଶାଖୋର ହେବ ଭଗବାନ ଶ୍ରୀରାମ

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ କଙ୍ଗନା ରାନାୱତଙ୍କ ଆଜିର ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ସେ ଜଣେ ପ୍ରତିଷ୍ଠିତ ହୀରୋଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ନିଶାଖୋର ବ୍ୟକ୍ତି ଯିଏ କି ଝିଅଙ୍କ ବିନା ରହିପାରିବ ନାହିଁ ତାଙ୍କୁ ଭଗବାନ ଶ୍ରୀରାମ ଭୂମିକା ଦିଆଯାଉଛି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ନୀତେଶ ତିୱାରୀ ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କୁ ନେଇ ରାମାୟଣ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ କଙ୍ଗନା ଉପରୋକ୍ତ ବୟାନ ଦେଇଛନ୍ତି । ସେ ରଣବୀର ପରୋକ୍ଷ ଭାବେ ନିଶାଖୋର ବୋଲି ମଧ୍ୟ କହିଛନ୍ତି ।

କିଛି ଦିନ ତଳେ ଏହି ହୀରୋ ନିଜକୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରିତ କରିଥିଲେ । ଯାହାକୁ କେହି ଦେଖିବା ନେଇ ଆଗ୍ରହ ପ୍ରକାଶ କରି ନ ଥିଲେ । ଅପରପକ୍ଷରେ ସାଉଥ ଷ୍ଟାର ୟଶଙ୍କୁ ରାବଣ ଭୂମିକା ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି । ବାଲ୍ମିକୀଙ୍କ ପରିକଳ୍ପନାରେ ଶ୍ରୀରାମଙ୍କ ଭୂମିକା ପାଇଁ ୟଶ ଉପଯୁକ୍ତ ହୀରୋ । ରମେଶ ତିୱାରୀ ଓ ମଧୂ ମଂଟେନା ଆଲିୟାଙ୍କୁ ସୀତା ପାଇଁ ପ୍ରାୟତଃ ଚୂଡାନ୍ତ କରି ଦେଇଛନ୍ତି । ରଣବୀର ଭଗବାନ ଶ୍ରୀରାମ ଭୂମିକା ପାଇଁ ଲୁକ ଟେଷ୍ଟ ଦେଇଛନ୍ତି । ଦୀପାବଳୀ ଫିଲ୍ମ ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Leave A Reply

Your email address will not be published.