Latest Odisha News

BREAKING NEWS

ପୁଣି ଓଡ଼ିଶାରେ କଙ୍ଗାରୁ କୋର୍ଟ; ଗ୍ରାମବାସୀଙ୍କ ଦ୍ୱାରା ଲଣ୍ଡା ହେଲେ ପ୍ରେମୀଯୁଗଳ

ବାରିପଦା: ସର୍ବସମ୍ମୁଖରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି କଙ୍ଗାରୁ କୋର୍ଟ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ମଣ୍ଡୁଆ ଗାଁ’ରେ ।

ଏହି ଘଟଣାର ଏକ ଭିଡ଼ିଓ ଶନିବାର ଦିନ ରେକର୍ଡ଼ିଂ ହୋଇ ସୋମବାର ଦିନ ଭାଇରାଲ୍ ହେବାପରେ ଏସମ୍ପର୍କରେ ଜଣାପଡ଼ିଥିଲା ।

ମିଳିଥିବା ସୂଚନାନୁଯାୟୀ, ଘଟଣା ଦିନ ଯୁବତୀଙ୍କୁ ଦେଖା କରିବାକୁ ପ୍ରେମିକ ଜଣକ ମଣ୍ଡୁଆ ଗାଁ’କୁ ଆସିଥିଲେ । ଗ୍ରାମର କିଛି ବାସିନ୍ଦା ଜାଣିବାକୁ ପାଇଥିଲେ ଯେ, ଯୁବକ ଜଣକ ଭିନ୍ନ ସମ୍ପ୍ରଦାୟର ଏବଂ ଦୁହିଁଙ୍କୁ କଥା ହେଉଥିବା ଦେଖି ଜବରଦସ୍ତ ଦୁହିଁଙ୍କୁ ମାଡ଼ିବସି ଲଣ୍ଡା କରିଦେଇଥିଲେ । କେବଳ ପୁରୁଷ ବ୍ୟକ୍ତି ନୁହଁନ୍ତି ବରଂ ଗାଁ’ର କିଛି ମହିଳା ମଧ୍ୟ ଯୁବତୀ ଜଣକଙ୍କ ଉପରେ ବଳ ପ୍ରୟୋଗ କରୁଥିବାର ଦୃଶ୍ୟ ଏହି ଭାଇରାଲ୍ ଭିଡ଼ିଓରେ ରହିଛି ।

ପରେ ଏସମ୍ପର୍କରେ ଦୁହେଁ କରଞ୍ଜିଆ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ କରଞ୍ଜିଆ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଖୁବ ଶିଘ୍ର ଧରାଯିବ ବୋଲି କରଞ୍ଜିଆ ଏସଡ଼ିପିଓ ନାରାୟଣ ନାୟକ କହିଛନ୍ତି ।

Leave A Reply

Your email address will not be published.