Latest Odisha News

କାନ୍ତାରା ଫିଲ୍ମକୁ ନେଇ ବିବାଦ

ବାଙ୍ଗାଲୋର: କର୍ଣ୍ଣାଟକ ଫିଲ୍ମ କାନ୍ତାରା ଏବେ ଦେଶ ଓ ବିଦେଶରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଫିଲ୍ମକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି । ୧୬ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ୧୫୦ କୋଟିରୁ ଊର୍ଦ୍ଧ୍ୱ ରୋଜଗାର କରି ସାରିଲାଣି । ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ସୃଷ୍ଟି ହୋଇଛି । କନ୍ନଡ ଅଭିନେତା ଚେତନ ଅହିଂସାଙ୍କ ଏକ ବୟାନକୁ ନେଇ ହିନ୍ଦୁ ଜାଗରଣ ବୈଦିକ ମଂଚ ଅଭିଯୋଗ ଦାଖଲ କରିଛି । ପିଲ୍ମରେ ଭୂତ କୋଲା ପରମ୍ପରାକୁ ନେଇ ଚେତନ ଏକ ବୟାନ ଦେଇଥିଲେ । ଯାହାକି ପରୋକ୍ଷରେ ହିନ୍ଦୁ ଭାବନାକୁ ଆଘାତ କରିଥିଲା ବୋଲି ଉପରୋକ୍ତ ମଂଚ ଅଭିଯୋଗ କରିଛି ।

ଚେତନ କହିଥିଲେ ଭୂତକୋଲା ପରମ୍ପରା ହିନ୍ଦୁ ଧର୍ମର ଅଂଶବିଶେଷ ନୁହେଁ । ହିନ୍ଦୁ ଧର୍ମ ଅସ୍ତିତ୍ୱ ଆସିବା ପୂର୍ବରୁ ଏହା ଥିଲା । ଏହି ପ୍ରଥା ଅନୁସାରେ ଦେବ ଦେବୀଙ୍କ ରୂପ ଧାରଣ କରୁଥିବା ବ୍ୟକ୍ତି ହଠାତ ଉଗ୍ର ହୋଇ ଉଠିଥାଏ । ସେମାନଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତି ଶରୀରରେ ଏହା ପ୍ରବେଶ କରିଥାଏ । ଏହି ପୌରାଣିକ ଭାବନାରେ ଫିଲ୍ମ ଆଧରିତ ।

Leave A Reply

Your email address will not be published.