Latest Odisha News

BREAKING NEWS

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରେ ମଧ୍ୟ ଚାଉଳ ଏଟିଏମ୍ ଖୋଲାଯିବାର ପ୍ରସ୍ତାବ ରହିଛି ।

ଚାଉଳ ଏଟିଏମ୍ ଯୋଜନାର ନାଁ ଅନ୍ନପୂର୍ତ୍ତା ଡିସ୍ପେନ୍ସର୍ ରହିଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅଧୀନରେ ଏହି ଯୋଜନା ଭାରତ ସରକାର ସହ ମିଳିତ ଭାବେ କାର୍ଯ୍ୟକାରୀ ହେବ । ଏହି ଯୋଜନାକୁ ଚଳିତବର୍ଷ ଅଗଷ୍ଟ ମାସରେ ନୋବେଲ ପୁରଷ୍କାର ମିଳିଥିଲାବେଳେ ଗରିବ ଲୋକଙ୍କ ହିତ ପାଇଁ ଏହାକୁ ଲାଗୁ କରାଯିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଚାଉଳ ଏଟିଏମରେ ଦୈନିକ୧୦୦ ରୁ ୫୦୦ କେଜି ଚାଉଳ ଭର୍ତ୍ତୀ କରାଯିବ । ଚାହିଦାକୁ ଦେଖି ଏଟିଏମକୁ ବିଭିନ୍ନ ସ୍ଥାନରେ ଚାଲୁ କରାଯିବ । ନିର୍ଦ୍ଧିିଷ୍ଟ ନୁହେଁ ବରଂ ଦିନରାତି ଖୋଲା ରହିବ ଏଟିଏମ୍ । ବର୍ତ୍ତମାନ ସ୍ଥିତିରେ ଅନ୍ନ ଭାଗ୍ୟ ଯୋଜନା ଅନୁଯାୟୀ କର୍ଣ୍ଣାଟକସରକାର ୧.୨୭ କୋଟି ପରିବାରକୁ ଚାଉଳ, ଡାଲି ଓ ଅନ୍ୟାନ୍ୟ ଦରକାରୀ ରାସନ ପ୍ରଦାନ କରୁଛି ।

ଚାଉଳ ଏଟିଏମ୍ ପାଇଁ ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ବିପିଏଲ ଅଧୀନରେ ଥିବା ଲୋକଙ୍କୁ ମାଗଣା ଓ ଏପିଲ ଅଧିନରେ ଥିବା ପରିବାରକୁ ରିହାତି ମୂଲ୍ୟରେ ଚାଉଳ ଦିଆଯିବ । କାର୍ଡରେ ବାୟୋମେଟ୍ରିକ ଚିପ୍ ଜରିଆରେ ପରିବାର ପିଛା ଚାଉଳ ଧାର୍ଯ୍ୟ କରାଯିବ ।

Leave A Reply

Your email address will not be published.