Latest Odisha News

BREAKING NEWS

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ ପଠାଯାଇଥିବା ସୂଚନା ମିଳିଛି । ଅସନ୍ତୁଷ୍ଟଙ୍କ ସହ ଦୁଇ ଘଂଟା ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ ବିଜେଡିର ବରିଷ୍ଠ ନେତା । ୨୬ଟି ପଂଚାୟତା ସରପଂଚ ଓ ୩୧ଟି ୱାର୍ଡର ସମିତି ସଭ୍ୟ ଏବଂ ସଭାପତିଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ ପ୍ରତାପ ଦେବ । ବୈଠକ ପରେ ପ୍ରତାପ ଦେବ କହିଛନ୍ତି, ସମସ୍ତ ଅଭିଯୋଗ ଶୁଣିଲି, ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଉଭୟ ଆସନରେ ବିଜେଡିର କନ୍ଦଳ ଓ ଦ୍ୱନ୍ଦ ପ୍ରତିଫଳିତ ହେଉଛି । ବାଲେଶ୍ୱରରେ ଏ କଥା ପଦାରେ ପଡିଲାଣି, ଯେ ଦ୍ୱନ୍ଦ କେଉଁ ସ୍ତରକୁ ଯାଇଛି । ବିଶୃଙ୍ଖଳା ସ୍ଥିତିରେ ବିଜେଡି ଏଥର ନିର୍ବାଚନ ଲଢ଼ିବ । ଅଫିସରମାନଙ୍କ ଉପରେ ଆଶା ରଖି ବିଜେଡି ଦୁଇ ଉପନିର୍ବାଚନ ଲଢ଼ୁଛି । ଦଳୀୟକର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ଓ କନ୍ଦଳକୁ ସଜାଡିବାର ଶକ୍ତି ବିଜେଡି ପାଖରେ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏନେଇ କହିଛନ୍ତି, ବିଜେଡି ବାହାର ଲୋକଙ୍କୁ ପ୍ରାର୍ଥୀ କରିଛି । ବିଜେଡି-ବିଜେପି ମିଶି ଯାଇଛନ୍ତି । ଉଭୟ ଦଳ ଡିଲ୍ କରି ପ୍ରାର୍ଥୀ ଦେଇଛନ୍ତି । ଗୋଷ୍ଠୀ କନ୍ଦଳରୁ ଫାଇଦା ନେବ କଂଗ୍ରେସ ।

Leave A Reply

Your email address will not be published.