Latest Odisha News

BREAKING NEWS

ଘରେ ରଖନ୍ତୁ ଏହି ୫ଟି ଜିନିଷ, ଦୂରେଇ ରହିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଘରେ କିଛି ବାସ୍ତୁ ଦୋଷ ଥିଲେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଦୋଷ ଥିବା ଗୃହର ଲୋକମାନେ ଯେତେ ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ କରିପାରନ୍ତି ନାହିଁ। ମାତ୍ର ଏପରି କେତେକ ବସ୍ତୁ ରହିଛି ଯାହାକୁ ଘରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୃହରେ ସୁଖଶାନ୍ତିର ବାତାବରଣ ରହିବ। ଜାଣନ୍ତୁ ଏହା ସମ୍ପର୍କରେ

ଲାଫିଙ୍ଗ୍‍ ବୁଦ୍ଧ:

ଘରେ ଲାଫିଙ୍ଗ୍‍ ବୁଦ୍ଧଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ। କାରଣ ଏହାକୁ ରଖିଲେ ଘରେ ସୁଖସମୃଦ୍ଧି ରହିଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଏହାଙ୍କୁ ଘରର ଉତ୍ତର-ପଶ୍ଚିମ କୋଣରେ ରଖନ୍ତୁ।

 

ଚାଇନିଜ ଟଙ୍କା:

ଚାଇନିଜ ଟଙ୍କାର ପେଙ୍ଗସୁଇରେ ଖୁବ ମହତ୍ତ୍ୱ ରହିଛି। ଏହାକୁ ଆୟର ଏକ ପ୍ରକାର ସ୍ରୋତ ବୋଲି ମଧ୍ୟ କୁହାଯାଏ। ଏହାକୁ ଲାଲ ରଙ୍ଗର ରିବନ ଫିତାରେ ବାନ୍ଧି ଘରେ ରଖିବା ଦ୍ୱାରା ଘରେ ଟଙ୍କାପଇସାର ବୃଦ୍ଧି ହୋଇଥାଏ।

 

ଘୋଡ଼ା ନାଲ:

ଘରର ମୁଖ୍ୟ ଦ୍ୱାର ଉପରେ ମଝି ସ୍ଥାନରେ ଏହାକୁ ଲଗାନ୍ତୁ। ଏହା ଘରକୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତିରୁ ଦୂରରେ ରଖେ। ଜୀବନରେ ଥିବା ବିଭିନ୍ନ ବାଧାବିଘ୍ନକୁ ଦୂର କରିଥାଏ।

 

 

ଧାତୁ କଇଁଚ:

ପେଙ୍ଗସୁଇରେ ଧାତୁ କଇଁଚର ବହୁ ମହତ୍ତ୍ୱ ବିଷୟରେ କୁହାଯାଇଛି। ଏହାକୁ ଘରେ ରଖିଲେ ଆର୍ଥିକ ଉନ୍ନତି ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଜୀବନରେ ସୁଖଶାନ୍ତି ଭରିଯାଏ।

 

କ୍ରିଷ୍ଟଲ ଗ୍ଲୋବ୍‍:

ପେଙ୍ଗସୁଇ ଅନୁଯାୟୀ କ୍ରିଷ୍ଟଲ ଗ୍ଲୋବ୍‍ ନିଜ ଭିତରେ ପ୍ରକାଶ ସମାହିତ କରି ରହିଥାଏ। ତେଣୁ ଏହାକୁ ଗୃହରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସହ ଘରେ ହସଖୁସିର ବାତାବରଣ ଆଣିଥାଏ।

Comments are closed.