ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ବଡ ବିଜୟ ପରେ ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କେଜ୍ରିୱାଲଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦର ୬ ଜଣ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି ।
କେଜ୍ରିୱାଲଙ୍କ ଏହି ଶପଥ ସମାରୋହରେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର ଓ ଚପରାସୀଙ୍କ ଭଳି କର୍ମଚାରୀ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିସହ ହଜାର ହଜାର ଆପ୍ ସମର୍ଥକ ରାମଲୀଲା ମୈଦାନରେ ଉପସ୍ଥିତ ରହି କେଜ୍ରିୱାଲଙ୍କ ସମର୍ଥନରେ ନାରା ଦେଇଥିଲେ । ଫଳରେ ଦିଲ୍ଲୀ ଦରବାର କେଜ୍ରିୱାଲଙ୍କ ନାରାରେ କମ୍ପି ଉଠିଥିଲା ।
BREAKING NEWS
- ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…
- ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ
- ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ
- ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ
- ହୃଦୟ ଜିଣିଲେ ଅହମ୍ମଦାବାଦର କଳାକାର, ଇଣ୍ଡିଆ ବୁକ ଅଫ୍ ରକେର୍ଡସରେ ପାଇଲେ ସ୍ଥାନ
- ନିଯୁକ୍ତି ମେଳା: ପିଲାଙ୍କ ଆଦର୍ଶ ବନ୍ଧୁ ଭାବେ ମାର୍ଗଦର୍ଶନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ୩୪ତମ ଏକଲବ୍ୟ ପୁରସ୍କାର
- Trump Threat Iran: ଇରାନକୁ ଟ୍ରମ୍ପଙ୍କ ନୂଆ ଧମକ! କହିଲେ, “୧୦ ମିନିଟ୍ରେ କାମ ଶେଷ କରିଦେବୁ…”
- ଇଣ୍ଡିଆସ୍ପୋରାର ଚେତାବନୀ; H-1B ଧାରକଙ୍କୁ ହଇରାଣ କରିବା ଆମେରିକା ପାଇଁ ଆଣିବ ଆର୍ଥିକ ବିପର୍ଯ୍ୟୟ
Comments are closed.