Latest Odisha News

BREAKING NEWS

କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି କୋର୍ଟରେ କହିବେ କେଜ୍ରିୱାଲ: ସୁନିତା କେଜ୍ରିୱାଲ

ନୂଆଦିଲ୍ଲୀ: କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି ସବୁ କଥା କୋର୍ଟରେ କହିବେ କେଜ୍ରିୱାଲ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ସୁନିତା କହିଛନ୍ତି ଯେ, ଗତକାଲି ରାତିରେ ଜେଲ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ତାଙ୍କର ଡାଇବେଟିସ ଅଛି ଏବଂ ସୁଗାର ଲେଭଲ ମଧ୍ୟ ଠିକ ନାହିଁ । କିନ୍ତୁ ସେ ଠିକ ଅଛନ୍ତି । ଦୁଇ ଦିନ ପୂର୍ବରୁ ସେ ଦିଲ୍ଲୀର ଜଳମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଜନତାଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । ଏଥିରେ କ’ଣ ଭୁଲ ରହିଲା । କିନ୍ତୁ ଏ ଘଟଣାକୁ ନେଇ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା । କ’ଣ ଏମାନେ ଦିଲ୍ଲୀବାସୀ ମାନଙ୍କର ବିନାଶ ଚାହୁଁଛନ୍ତି? କ’ଣ ଏମାନେ ଚାହୁଁଛନ୍ତି କି ଦିଲ୍ଲୀ ଲୋକ ଏପରି ସମସ୍ୟା ଭିତରେ ରୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ସୁନିତା ।

ସୁନିତା ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକଥା ଶୁଣି ବହୁତ କଷ୍ଟ ହୋଇଛି । ସେ ମୋତେ ଆହୁରି ଏକ କଥା କହିଛନ୍ତି ଯେ, ତାଙ୍କ ବିରୋଧରେ ଉଠିଥିବା ଏହି ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ସେ ଏହି ଦୁର୍ନୀତି ମାମଲାର ଟଙ୍କା ଖୋଜୁଛି । କିନ୍ତୁ ଏପର୍ଯ୍ୟନ୍ତ କରାଯାଇଥିବା କୌଣସି ଚଢାଉରେ ଇଡିକୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ମନୀଷ, ସତେନ୍ଦ୍ର ଏବଂ ସଞ୍ଜୟ ସିଂଙ୍କ ଘରେ ଚଢାଉ କରାଯାଇଥିଲା କିନ୍ତୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ତେବେ ଏହି ଦୁର୍ନୀତିର ସମସ୍ତ ଟଙ୍କା କେଉଁଠି ଅଛି ସେ ନେଇ ମାର୍ଚ୍ଚ ୨୮ ଅର୍ଥାତ୍ ଆସନ୍ତାକାଲି କୋର୍ଟରେ କହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ପୁରା ଦେଶକୁ ସମ୍ପୂର୍ଣ୍ଣ ସତ୍ୟ କହିବୁ ଯେ, ଏହି ଦୁର୍ନୀତି ଟଙ୍କା କେଉଁଠାରେ ଅଛି । ଏହା ସହ ଆମେ ଏହାର ଠୋସ ପ୍ରମାଣ ମଧ୍ୟ ଦେବୁ । ସେ ଜଣେ ସତ୍ୟବାଦୀ, ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି । ସେ କହିଥିଲେ ଯେ, ମୋର ଶରୀର ସିନା ଜେଲରେ ଅଛି କିନ୍ତୁ ମୋର ଆତ୍ମା ସବୁବେଳେ ଦିଲ୍ଲୀବାସୀଙ୍କ ପାଖରେ ରହିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଗିରଫ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କେଜ୍ରିୱାଲ ତାଙ୍କ ଆବେଦନରେ ଯୁକ୍ତି କରିଛନ୍ତି ।

 

 

Leave A Reply

Your email address will not be published.