Latest Odisha News

BREAKING NEWS

ବିଶ୍ରାମ ନେବା ନେଇ ସିନିୟର୍ସ କ୍ରିକେଟରଙ୍କ ଉପରେ ରାଗିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ବିଶ୍ରାମ ନେବା ନେଇ ଆଜି ଟିମ ଇଣ୍ଡିଆର ସିନିୟର୍ସ ଖେଳାଳିଙ୍କ ଉପରେ ବିରକ୍ତ ହୋଇଛନ୍ତି । ସେ କହିଛନ୍ତି ଆଇପିଏଲ ଖେଳିଲା ବେଳେ ବିଶ୍ରାମ ନେଉନ ତାହାହେଲେ ଦେଶ ପକ୍ଷରୁ ଖେଳିଲା ବେଳେ କାହିଁକି ନେଉଛ ବୋଲି ପ୍ରଶ୍ନ କରିଥିଲେ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ସମୟରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହ ବିଶ୍ରାମ ନେଇଥିଲେ । ରିପୋର୍ଟ ମୁତାବକ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ମଧ୍ୟ ଅଧିକାଂଶ ସିନିୟର ଖେଳାଳି ଖେଳିବେ ନାହିଁ । ଆପଣମାନଙ୍କୁ ଭାରତ ପାଇଁ ଖେଳିବାକୁ ପଡିବ । ମୁଁ ବିଶ୍ରାମ ନେବା ସପକ୍ଷରେ ଜମାରୁ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ଇରଫାନ ପଠାନ ଓ ଭେଙ୍କେଟେଶ ପ୍ରସାଦ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଖରାପ ଫର୍ମରେ ରହିଲେ ଖେଳାଳିମାନେ ବିଶ୍ରାମ ଆଳରେ ଚୟନ କମିଟି ଓ ପ୍ରଶଂସକଙ୍କୁ ଠକୁଛନ୍ତି ।

୭୩ ବର୍ଷୀୟ ଗାଭାସ୍କର ବିଶେଷ କରି ରୋହିତ ଓ କୋହଲିଙ୍କୁ ଟାର୍ଗେଟ କରି ଏହା କହିଥିବା ଅନୁମାନ କରାଯାଉଛି । କୋହଲି ଚଳିତ ବର୍ଷ ୪ଟି ଟି୨୦ ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ୮୧ ରନ କରିଥିବା ବେଳେ ରୋହିତ ୯ ମ୍ୟାଚରେ ୧୮୨ ରନ ସଂଗ୍ରହ କରିଛନ୍ତି । ଆଗକୁ ବିଶ୍ୱକପ ଥିବାରୁ ଏହି ଦୁଇ ଖେଳାଳି ଦଳ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି ।

Leave A Reply

Your email address will not be published.