ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍କାର୍ଟ ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ୍କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ସିଜିନ୍ରେ ଅଧିକ ସ୍ମାର୍ଟଫୋନ୍ ବିକ୍ରି ହୋଇଥିବା ସୂଚନା ମିଳିଛି। ପ୍ରତି ମିନିଟ୍ରେ ପ୍ରାୟ ୧.୫ କୋଟି ମୂଲ୍ୟର ସ୍ମାର୍ଟଫୋନ୍ ବିକ୍ରି ହୋଇଛି।
ଏହି ଦୁଇ କମ୍ପାନୀ ଫେଷ୍ଟିଭ୍ ସିଜିନ୍ର ପ୍ରଥମ ପର୍ଯ୍ୟାୟରେ ମୋଟ ଇ-କମର୍ସ ବିକ୍ରିରେ ପ୍ରାୟ ୯୦ ପ୍ରତିଶତ ଅଂଶ ପାଇଛନ୍ତି। ଫ୍ଲିପ୍କାର୍ଟର ଅଂଶ ପ୍ରାୟ ୬୮ ପ୍ରତିଶତ ହୋଇଥିବାବେଳେ ଆମାଜନ୍ର ପ୍ରାୟ ୩୨ ପ୍ରତିଶତ ରହିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୬ ରୁ ୨୧ ପର୍ଯ୍ୟନ୍ତ ଉଭୟ କମ୍ପାନୀ ଗ୍ରାହକଙ୍କୁ ସ୍ପେଶାଲ୍ ଫେଷ୍ଟିଭ୍ ଅଫର୍ ପ୍ରଦାନ କରି ବିକ୍ରୟ କରିଥିଲେ।
ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେ ବିକ୍ରି ୧୬ ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ୧୭ ଅକ୍ଟୋବରରେ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରି ଆରମ୍ଭ ହୋଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ସମୟରେ ଫେଷ୍ଟିଭାଲ ସିଜିନ୍ର ପ୍ରଥମ ବିକ୍ରିରେ ଇ-କମର୍ସ କମ୍ପାନୀର ବିକ୍ରି ୫୫ ପ୍ରତିଶତ ବୃଦ୍ଧି ପାଇ ୪.୧ ବିଲିୟନ ଡ଼ଲାର (ପ୍ରାୟ ୩୦ ହଜାର କୋଟି) ରେ ପହଞ୍ଚିଛି। ତେବେ ଏଥର ସେଲ୍ରେ ସର୍ବାଧିକ ବିକ୍ରି ହୋଇଛି ମୋବାଇଲ୍ ଫୋନ୍। କରୋନା ପ୍ରଭାବ ପରେ ବି ଇ-କମର୍ସ ବିକ୍ରିରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଉତ୍ସାହଜନକ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.