ନୂଆଦିଲ୍ଲୀ:ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣର ଆଜି ଟାଇଟଲ ଲଢେଇ । ଆୟୋଜକ ଦଳ ଭାରତ, ଉଭୟ ବର୍ଗରେ ନିଜର ଆଧିପତ୍ୟ ଜାରି ରଖି ଫାଇନାଲରେ ପ୍ରବେଶ କରିଛି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ ।
ଭାରତର ଉଭୟ ମହିଳା,ପୁରୁଷ ଦଳ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇଛନ୍ତି ଓ ଆଜି ଫାଇନାଲ ମୁକାବିଲାରେ ନେପାଳକୁ ଭେଟିବାକୁ ଯାଉଛନ୍ତି । ଭାରତୀୟ ମହିଳା ଦଳରେ ଓଡିଶାର ଶୁଭଶ୍ରୀ ସିଂ ଓ ମଗାଇ ମାଝୀ ଖେଳୁଛନ୍ତି । ପୁରୁଷ ଦଳରେ ଓଡିଶାର ପବନୀ ଶବର ଖେଳୁଛନ୍ତି ।
ଗତକାଲି ଶନିବାର ସେମିଫାଇନଲ ମୁକାବିଲା ହୋଇଥିଲା । ଭାରତୀୟ ମହିଳା ଦଳ ସେମିଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬୬-୧୬ ପଏଣ୍ଟରେ ପରାସ୍ତ କରିଥିଲା । ସେହିପରି ଭାରତୀୟ ପୁରୁଷ ଦଳ ୬୦-୪୨ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ।
ଅନ୍ୟପକ୍ଷରେ ନେପାଳ ପୁରୁଷ ଦଳ ସେମିରେ ୭୨-୨୦ରେ ଇରାନକୁ ଓ ନେପାଳ ମହିଳା ଦଳ ଉଗାଣ୍ଡାକୁ ୮୯-୧୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।
ଏହି ଖେଳର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବର୍କରେ ଦେଖି ପାରିବେ ।
Comments are closed.