Latest Odisha News

BREAKING NEWS

ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ୩୦ ଆହତ

ମୁମ୍ବାଇ: ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରୀରେ ଭୀଷଣ ଅଗ୍ନିକାଣ୍ଡ । ଫ୍ୟାକ୍ଟ୍ରୀ ମଧ୍ୟରେ ବଏଲର ଫାଟିବା କାରଣରୁ ଭୀଷଣ ଜୋରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଏତେ ପ୍ରଖର ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ । ଘଟଣାରେ ଏ ପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଆହୁରି ବହୁ ଲୋକ ଫ୍ୟାକ୍ଟ୍ରୀ ମଧ୍ୟରେ ଫସି ରହିଥିବାର ଆଶଙ୍କା କରାଯାଉଛି । ବିସ୍ଫୋରଣରେ କିଛି ଗାଡି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁସାରେ, ଥାନେର ଏମଆଇଡିସି ଅଞ୍ଚଳର ଫେଜ୍‌-୨ରେ ଥିବା ଓମେଗା ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ଘଟିଛି । କର୍ମଚାରୀମାନେ କାରଖାନା ଭିତରେ କାମ କରୁଥିବା ବେଳେ ହଠାତ୍‌ ବଏଲରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ୩କିମି ପର୍ଯ୍ୟନ୍ତ ଶୁଣାଯାଇଥିଲା । କିଛି କିଛି ଘରର ଝରକା କାଚ ଗୁଡିକ ମଧ୍ୟ ଭାଙ୍ଗିଯାଇଥିବା ସୂଚନା ମଳିଛି । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଳିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ଦୁର୍ଘଟଣାରେ ଏଯାବତ୍ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.