Latest Odisha News

BREAKING NEWS

ଆସନ୍ତା ୬ରେ ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିଲ୍ଲୀରେ ଦୁଇ ମାସରୁ ଅଧିକ ଦିନ ହେଲା ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ରାଲି ଓ ପ୍ରତିବାଦ ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କିଷାନ ମୋର୍ଚ୍ଚା । ଏଥିପାଇଁ ଆସନ୍ତା ୬ ତାରିଖରେ ସାରା ଦେଶରେ ଚକା ଜାମ ଆନ୍ଦୋଳନ ଡାକରା ଦେଇଛି କିଷାନ ମୋର୍ଚ୍ଚା ।

ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଦେଶର ସବୁଆଡ଼େ ଚାଷୀମାନେ ଆନ୍ଦୋଳନ କରି ଚକା ଜାମ କରିବେ । ଏନେଇ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଚାଷୀମାନେ ଅବରୋଧ କରିବେ ।

କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିଥିଲେ ଆନ୍ଦୋଳନକାରୀ ଚାଷୀ । ରାଲି ସମୟରେ ବ୍ୟାରିକେଡ ଭଙ୍ଗାରୁଜା ସହ ପୋଲିସ ସହ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଆଜିର ସଂସଦ ଘେରାଉ ଅଭିଯାନକୁ ବନ୍ଦ ରଖିଥିଲେ ଚାଷୀ । କିନ୍ତୁ ଆସନ୍ତା ୬ ତାରିଖରେ ସାରା ଦେଶରେ ଚକାଜାମ୍ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି କୃଷକ ମୋର୍ଚ୍ଚା ।

Leave A Reply

Your email address will not be published.