Latest Odisha News

BREAKING NEWS

ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କରୋନା ଯେଗୁଁ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନଲାଇନରେ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢା ଆରମ୍ଭ କରାଯାଇଥିଲା ।

ଏହାପରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କଲେଜ ଖୋଲିବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଆଗକୁ ପରୀକ୍ଷା ଥିବାରୁ କମ ଦିନ ମଧ୍ୟରେ ବିଷୟ ଶେଷ କରିବା ସହ ପରୀକ୍ଷା ଦର୍ପଣ ଭଳି ଟେଷ୍ଟ ପେପର ମଧ୍ୟ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମାଗଣା ଦେବର ବ୍ୟବସ୍ଥା କରାଯାଇଛି । କରୋନା ଗାଇଡଲାଇନ୍ ଅନୁସାରେ ଚାଲିଛି ପାଠପଢ଼ା ।

Leave A Reply

Your email address will not be published.