ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳରେ କିସ୍ର ଛାତ୍ରଛାତ୍ରୀମାନେ ସନ୍ତୋଷଜନକ ସଫଳତା ହାସଲ କରିଛନ୍ତି ।
ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୪.୫୦, ୮୮.୮୦ ଓ ୮୮.୦୭ ପ୍ରତିଶତ ଥିବା ବେଳେ କିସ୍ର ପାସ ହାର ଆଶାନୁରୂପ ରହିଛି । ଚଳିତବର୍ଷ କିସ୍ରେ ୧୮୪୭ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ । ଏଥର ମଧ୍ୟ କିସ୍ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । କିସ୍ରେ ମୋଟ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । କଳା ଓ ବାଣିଜ୍ୟରେ ୫ଜଣ ଲେଖାଏଁ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୭ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
ନେହା କୁଜୁର କଳାରେ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିବା ବେଳେ ବିଜ୍ଞାନରେ ସରିବାଳା ମୁଣ୍ଡା ସର୍ବାଧିକ ୯୬ ପ୍ରତିଶତ ନମ୍ବର ଓ ବାଣିଜ୍ୟରେ ଶଶିମଣୀ ମାଝୀ ସର୍ବାଧିକ ୯୧ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି ।
କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦ୍ୱାଦଶ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କିସ୍ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ କିସ୍କୁ ଏହି ସଫଳତା ଆଣିଦେଇଛି।