Latest Odisha News

ଜାଣନ୍ତୁ, ବ୍ରତ-ଉପବାସରେ କାହିଁକି ପିଆଜ ରସୁଣ ମନା

ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ କରନ୍ତି।

ଉପବାସ ସମୟରେ କିଛି ଖାଦ୍ୟ ଖାଇବାକୁ ସମ୍ପୂର୍ଣ୍ଣ ମନା କରାଯାଇଥାଏ । ତାହା ମଧ୍ୟରୁ ‘ପିଆଜ ରସୁଣ’ ଅନ୍ୟତମ । ତେବେ ‘ପିଆଜ ରସୁଣ’ ଏକ ପ୍ରକାର ପରିବା ହୋଇଥିଲେ ମଧ୍ୟ ଏହାକୁ ଉପବାସ ସମୟରେ ଖାଇବାକୁ ବାରଣ କରାଯାଇଥାଏ ଜାଣନ୍ତୁ କାହିଁକି…

ଆୟୁର୍ବେଦର ତଥ୍ୟ ଅନୁଯାୟୀ ଶରୀରର ବାୟୋଲୋଜିକାଲ କ୍ରିୟା ଉପରେ ଖାଦ୍ୟର ପ୍ରଭାବ । ଏହାକୁ ନେଇ ସାଧାରଣତଃ ଆୟୁର୍ବେଦରେ ଖାଦ୍ୟକୁ ୩ଟି ରୂପରେ ବିଭକ୍ତ କରାଯାଇଛି। ସାତ୍ତ୍ବିକ,ତାମସିକ ଏବଂ ରାଜସୀ ।

ଉପବାସ ସମୟରେ ଲୋକମାନେ ସାତ୍ତ୍ଵିକ ଖାଦ୍ୟ ଗ୍ରହଣ କରିଥାନ୍ତି ।

 

ସାତ୍ତ୍ଵିକ ଖାଦ୍ୟ କ’ଣ..
ଯେଉଁ ଖାଦ୍ୟ ଶୁଦ୍ଧ, ପ୍ରାକୃତିକ, ସ୍ୱଚ୍ଛ ଏବଂ ଶକ୍ତିବର୍ଦ୍ଧକ ହୋଇଥାଏ ତାହାକୁ ସାତ୍ତ୍ଵିକ ଖାଦ୍ୟ କହାଯାଏ । ଉଦାହରଣ ସ୍ୱରୂପ ତାଜା ଫଳ, ଦହି, ପରିବା ଇତ୍ୟାଦି ।

ରାଜସିକ ଓ ତାମସିକ ଖାଦ୍ୟ କ’ଣ..

ରାଜସୀକ ଓ ତାମସିକ ଅପବିତ୍ର, ବିନାଶକାରୀ, ଦୁର୍ବଳ ଆଦି ଖାଦ୍ୟକୁ ଦର୍ଶାଇଥାଏ । ଉପବାସ ସମୟରେ ଲୋକମାନେ ସାଂସାରିକ ଜୀବନଠାରୁ ଦୁରେଇ ଏକ ସରଳ ଓ ସଶୁଦ୍ଧ ଜୀବନ ଅତିବାହିତ କରନ୍ତି । କିନ୍ତୁ ଏହି ରାଜସୀକ ଓ ତାମସିକ ଖାଦ୍ୟ ଖାଇବା ଦ୍ୱାରା ଏହା ଉପରୁ ଧ୍ୟାନ ହଟିଯାଇଥାଏ ।

ପିଆଜ ଓ ରସୁଣ ଏହି ରାଜସୀକ ଓ ତାମସିକ ଖାଦ୍ୟ ମଧ୍ୟରେ ଆସୁଥିବାରୁ ଉପବାସ ସମୟରେ ଏହାକୁ ଖାଇବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.