Latest Odisha News

BREAKING NEWS

“ବାଇପୋଲାର ଡିଜଅଡର” କ’ଣ, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: “ବାଇପୋଲାର ଡିଜଅଡର” ବାଇପୋଲାର ଆଫେକ୍ଟିଭ ଡିଜଅଡର ।ଏହା ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତାଓ ତୀବ୍ର ଅବସାଦଦେଖାଯାଏ ।

ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଏଥିରେ ନିଦ କମିଯାଏ ।ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ ।

ନିଜର କ୍ଷତି ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨୦ ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବ‌ହାର ଏହା ସ‌ହ ସଂଯୁକ୍ତ ଥାଏ ।

ଏହି ରୋଗର କାରଣ ଏବେ ବି ଅସ୍ପଷ୍ଟ, ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୋଇପାରେ । ଅନେକ ସ୍ୱଳ୍ପ ପ୍ରଭାବ ସମ୍ପର୍ଣ୍ଣ ଜିନମାନଙ୍କର ଏହି ରୋଗ ହେବାରେ ଭୂମିକା ଥାଏ । ପରିବେଶ ଉପାଦାନ ମଧ୍ୟରେ ମାନସିକ ଚାପ ଓ ଶୈଶବ ଅବ‌ହେଳା ମୁଖ୍ୟ କାରଣ ଅଟେ ।

ସାଧାରଣତଃ ଏହି ରୋଗୀମାନଙ୍କର ମନସ୍ତ‌ତ୍ତ୍ୱ ଚିକିତ୍ସା ଓ ମତି ସଂସ୍ଥାପନା ଔଷଧ କିମ୍ବା ମନୋବିକାର ଚିକିତ୍ସା କରାଯାଏ । ଲିଥିଅମ ଓ ଆଣ୍ଟିକନଭଲ୍‌ସାଣ୍ଟ ଔଷଧ ମତି ସଂସ୍ଥାପନା ନିମନ୍ତେ ଦିଆଯାଏ । ରୋଗୀର ଅନିଚ୍ଛା ସତ୍ୱେ ଡାକ୍ତରଖାନା ଚିକିତ୍ସା ଦରକାର ହୋଇପାରେ ଯେତେବେଳେ କି ରୋଗୀର ନିଜ ଓ ଅନ୍ୟପ୍ରତି ସଙ୍କଟ ଥାଏ ତ‌ଥାପି ଚିକିତ୍ସା କରିବାକୁ ଇଚ୍ଛା କରେନି । ଅତିଶୟ ବ୍ୟବ‌ହାରିକ ଅସୁବିଧା ଥିଲେ ସ୍ୱଳ୍ପକାଳୀନ ବେଞ୍ଜୋଡାଏଜେପିନ ବା ଆଣ୍ଟିସାଇକୋଟିକ ଦିଆଯାଏ ।

ଆମେରିକାରେ ୩ % ଲୋକଙ୍କର ଜୀବନର ଯେ କୌଣସି ସମୟରେ ବାଇପୋଲାର ରୋଗ ହୁଏ । ଅନ୍ୟ ଦେଶମାନଙ୍କରେ ଏହି ହାର ୧% ଥାଏ । ସାଧାରଣତଃ ୨୫ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ ।  ପୁରୁଷ ଓ ମହିଳାମାନଙ୍କର ସମାନ ହାର ଥାଏ ।

Leave A Reply

Your email address will not be published.